-
ନକଲି ସସ୍ ଦୋକାନ ଓ ଫ୍ୟାକ୍ଟ୍ରିରେ ଚଢ଼ଉ, ୩ ଅଟକ
କଟକ, ଅପମିଶ୍ରିତ ସସ୍ ବିକ୍ରୀ ଅଭିଯୋଗରେ କଟକ ମାଲଗୋଦାମ ଅଂଚଳରେ ଥିବା ଏକ ନକଲି ସସ୍ ଦୋକାନରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି । କଟକ ମହାନଗର ନିଗମ (ସିଏମସି) ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ଉପସ୍ଥିତିରେ ସମ୍ପୃକ୍ତ ଦୋକାନକୁ ସିଲ୍ କରାଯାଇଛି । ଘଟଣାରେ ନକଲି ସସ୍ ବିକ୍ରୀ କରୁଥିବା ବ୍ୟବସାୟୀକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ମାଲଗୋଦାମ ଥାନା ପୋଲିସ ।
ଅନୁରୂପ ଭାବେ ବାରଙ୍ଗ ଅଂଚଳରେ ଥିବା ଏକ ସସ୍ ତିଆରି ଫ୍ରାକ୍ଟ୍ରିରେ ମଧ୍ୟ ଚଢ଼ଉ କରାଯାଇଛି । ଘଟଣାରେ ସମ୍ପୃକ୍ତ କାରଖାନାର ଦୁଇ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।ଏହି ଚଢ଼ଉ ସମୟରେ ସେଠାରେ ଖାଦ୍ୟ ନିରାପତା ଅଧିକାରୀ ପ୍ରତୀକ୍ଷା ଦାଶମହାପାତ୍ର, ଫୁଡ୍ ଇନ୍ସପେକ୍ଟର ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।