ଭୁବନେଶ୍ୱର, ପୁରୀ ଗୋବର୍ଦ୍ଧନ ପୀଠରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଶଙ୍କରାଚାର୍ଯ୍ୟଙ୍କୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟ ଆଲୋଚନା ହୋଇଛି ।
ଏହି ଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ବିଷୟରେ ସେ ଜାଣିଛନ୍ତି । ସେ କହିଛନ୍ତି ଯେ ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ଖୁବ ବନ୍ଧୁତା ଥିଲା । ଏହି ପ୍ରକଳ୍ପ ସମ୍ପର୍କରେ ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ମନ୍ଦିର ଗୁଡିକ ଆମର ବିଚାର କେନ୍ଦ୍ର ଥିଲା, ରାଜା ବି ମନ୍ଦିରରେ ବସୁଥିଲେ । ମନ୍ଦିର ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।