
ନୂଆପଡ଼ା,ନୂଆପଡ଼ା ଜିଲ୍ଲାରେ ବୋଡେ଼ନ ବ୍ଲକ ହେଉଛି ଜିଲ୍ଲାର ଏକ ବନ ପାହାଡ଼ ଘେରା ଅଞ୍ଚଳ। ଏହି ବ୍ଲକରେ ଅନେକ ଲୋକ ଜଙ୍ଗଲରେ ବା ଜଙ୍ଗଲ ପାଖା ପାଖି ଗାଁରେ ବସବାସ କରନ୍ତି। ଆଦିବାସୀ ବହୁଳ ଅଞ୍ଚଳର ଲୋକମାନେ କେବେ ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି ତ କେବେ ବନ୍ୟ ଜନ୍ତୁର ଶିକାର ହେବାର ଦେଖିବାକୁ ମିଳିଛି। କିଛି ଦିନ ତଳେ ବୋଡେ଼ନ ବ୍ଲକ ନାଗପଡା ଗ୍ରାମପଞ୍ଚାୟତ ସ୍ଥିତ ମାକରବିର୍ଲି ଗ୍ରାମରେ ଚିତା ବାଘ ଅନେକ ଗାଈ ଗୋରୁ ଛେଳିଙ୍କୁ ନିଜ ଶିକାର କରିଥିବା ବେଳେ ଆଜି ମଧ୍ୟ ସିର୍ଲି ଗ୍ରାମରେ ଏକ ବଳଦ ଖାଦ୍ୟ ସଂଗ୍ରହ କରୁଥିବା ସମୟରେ ଚିତା ବାଘର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଦିନକୁ ଦିନ ଚିତା ବାଘର ଆତଙ୍କ ଖେଳି ଯାଇଥିବା ବେଳେ ଅନେକ ଗରିବ ନିରୀହ ଲୋକଙ୍କ ଗାଈ ଗୋରୁ ଓ ବିଭିନ୍ନ ପ୍ରକାର କ୍ଷୟ କ୍ଷତି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଙ୍ଗଲ ବିଭାଗ ଯଦି ଗୋରୁ ଗାଈକୁ ବାଘ ଦାଉରୁ ସୁରକ୍ଷା ଦେଇ ପାରୁନାହାନ୍ତି ତାହେଲେ କେମିତି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବେ ଏବେ ଲୋକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି। ତେଣୁ ବୋଡେ଼ନ ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ବାଘକୁ ଆୟତ କରିବା ପାଇଁ ଆତଙ୍କିତ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।