
ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାହାଦୂର ବଗିଚା ପଡାସ୍ଥିତ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକଙ୍କ ଏକମାତ୍ର ପୁଅ ରାଜେଶ କୁମାର ପଟ୍ଟନାୟକ ୩୮ ବର୍ଷଙ୍କ ଦେହାନ୍ତ ହୋଇଯାଇଛି। ଏହି ଖବର ଶୁଣିବା ପରେ ଅନ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏକ କନ୍ୟା ସନ୍ତାନ ରହିଛନ୍ତି। ମେଳାପି ଓ ପରୋପକାରୀ ଗୁଣ ସମ୍ପନ୍ନ ବ୍ଯକ୍ତି ଭାବରେ ସେ ପରିଚିତ ଥିଲେ। ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ଯକ୍ତି ଥିଲେ। ତାଙ୍କର ବିୟୋଗରେ ପରିବାର ଏକ ପ୍ରକାର ଅସହାୟ ହୋଇଯାଇଛି। ସେ ଲିଭରଜନିତ ରୋଗରେ ଦୁଇ ବର୍ଷ କାଳ ପୀଡିତ ରହିଥିଲେ। କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳେ ତାଙ୍କର ମର ଶରୀର ବାସଭବନରେ ପହଞ୍ଚି ଥିଲା। ଜ୍ଞାତି କୁଟୁମ୍ବ ପରିଜନ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ଶବ ଦାହ କରାଯାଇଥିଲା। ବିଭିନ୍ନ ମହଲରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି।