
ନୂଆପଡ଼ା, ଗାୟତ୍ରୀ ତିର୍ଥ ଶାନ୍ତି କୁଞ୍ଜ ହରିଦ୍ଵାରର ତତ୍ଵାବଧାନରେ ନୂଆପଡା ଜିଲ୍ଲା ସାରାବଂଗ ଠାରେ ଜିଲ୍ଲା ସ୍ତରୀୟ ଯୁବା ଚେତନା ଜାଗରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ୫ ଗୋଟି ବ୍ଳକରୁ ୩ ଶହରୁ ଉର୍ଦ୍ଧ୍ବ ଯୁବ ବର୍ଗ ଓ ବରିଷ୍ଠ ପରିଜନ ସହିତ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ମଧ୍ଯ ଉପସ୍ଥିତ ରହିଥିଲେ।
ଗାୟତ୍ରୀ ଆରାଧନା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଜିର ମାନବ ସମାଜରେ ଯୁବ ବର୍ଗ ଆଦର୍ଶବାନ ହେବା ସହିତ ମାନବ ସମାଜ ପାଇଁ ତାଙ୍କ ନୈତିକ ଦାୟିତ୍ଵବୋଧକୁ ହ୍ରୁଦୟଗଂମ କରିବାକୁ ପଡିବ, ଏହା କେବଳ ଯୁବ ସମାଜରେ ଆଧ୍ଯାତ୍ମିକ ଚେତନା ଜାଗ୍ରତ ହେଲେ ଯାଇ ସମାଜ କଲ୍ୟାଣ ସମ୍ଭବପର ହୋଇପାରିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ।
ଶେଷରେ ଜିଲ୍ଲା ଯୁବ ପ୍ରକୋଷ୍ଠ ପ୍ରଭାରୀ ବ୍ଯାସ ନାରାୟଣ ଅହିର କାର୍ଯ୍ୟକ୍ରମରେ ଉପସ୍ଥିତ ୨୦୦ ଶହରୁ ଉର୍ଦ୍ଧ୍ବ ଯୁବକ, ଯୁବତୀଙ୍କୁ ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଜୟରାମ ଶବର, କେତନ ସିଂ ବାରିକ, ସୁମେଷ ଦେବାଗଂନ, ଶୈଳେଶ ଅଗ୍ରୱାଲ, ତରୁଣୀ ଦଣ୍ଡ ସେନା, କୁଲେସ ଦେବାଗଂନ, ବାବନ ସାହୁ ଜୟନ୍ତୀ ଆଚାର୍ଯ୍ୟ, ହେମଲାଲ ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।