କନ୍ଧମାଳ, କନ୍ଧମାଳ ତଥା ଓଡ଼ିଶାର ଜଣେ ଆଗଧାଡିର ସାହିତ୍ୟିକ ତଥା ସଂଗଠକ କୈଳାଶ ଚନ୍ଦ୍ର ଧଳଙ୍କୁ ମା ନାରାୟଣୀ ଯାତ୍ରା କମିଟି ୨୦୨୨ ତରଫରୁ ତା”ର ରୌପ୍ୟ ଜୟନ୍ତୀ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣୀ ଯାତ୍ରାର ସ୍ମରଣିକା ମା ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି କନ୍ଧମାଳର ସାଂସଦ ତଥା କିସ କିଟ ର ପ୍ରତିଷ୍ଠାତା ଡ଼ଃ. ଅଚ୍ୟୁତ ସାମନ୍ତ ଯୋଗଦେଇ ଫୁଲବାଣୀର ନାରାୟଣୀ ଠାକୁରାଣୀ ଯାତ୍ରାର ମହନୀୟତା, ବିଶ୍ଵାସ, ଭାଇଚାରାର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲା ବେଳେ ଉତ୍ତରୀୟ ମାନପତ୍ର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାତ୍ରା ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ସେନାପତି, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପ ସଭାପତି ସୁଜିତ ବେହେରା, ସାଂସ୍କୃତିକ ସମ୍ପାଦକ ଭ ଲୋକନାଥ ରାଜୁ, ମଞ୍ଚ ସଂଚାଳକ ଅଶୋକ ମହାନ୍ତି (ଲୁଲୁ ) ମଂଚାସୀନ ଥିଲେ।
ପ୍ରକାଶ ଥାଉ କି, ଶ୍ରୀ ଧଳ ଯାତ୍ରା କମିଟି ତରଫରୁ ପ୍ରକାଶ ପାଉଥିବା ସ୍ମରଣିକା ମା” ର ସମ୍ପାଦକ ଭାବରେ ୨୦୦୮ ମସିହାରୁ ନିରବଛିନ୍ନ ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି ।
ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଅବସରରେ ପ୍ରକାଶ ପାଇଥିବା ସ୍ମରଣିକା ପାଇଁ ତାଙ୍କର ବଳିଷ୍ଠ ଭୂମିକା ଥିଲେ ମଧ୍ୟ ତାଙ୍କର ସମସ୍ତ ସହଯୋଗୀ, ଯାତ୍ରା କମିଟିର କର୍ମକର୍ତ୍ତା ସର୍ବୋପରି ମା ” ଙ୍କର ଆଶିଷରୁ ଏହା ସମ୍ଭବ ହୋଇଛି ବୋଲି ସେ କହନ୍ତି।
ଶ୍ରୀ ଧଳ ଜଣେ ସୁ ସାହିତ୍ୟିକ, ସଂଗଠକ ତଥା ଶିକ୍ଷାବିତ ଅଟନ୍ତି । ଅଧୁନା ସେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଥିଲେ ମଧ୍ୟ ଜିଲ୍ଲାର ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି । ବିଭିନ୍ନ ମହଲରୁ କୈଳାଶ ଧଳଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।