
ବଲାଙ୍ଗିର, ଗତକାଲି ରାତିରେ ବଲାଙ୍ଗିର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ରେଞ୍ଜ କର୍ମଚାରୀ ମାନେ ରାତ୍ରି ପେଟ୍ରୋଲିଂ ବେଳେ ଗୋଟିଏ ଟ୍ରାକ୍ଟର ନମ୍ବର ଓଡି 0୩ କେ ୯୯୩୪ ଟ୍ରଲି ରେ ୧୩ ଖଣ୍ଡ ଶାଳ କାଠ ଗଣ୍ଡି ନିଆଯାଉଥିବା ବେଳେ ଧରିଥିଲେ। ଟ୍ରାକ୍ଟର ସହିତ ଏହାକୁ ଜବତ କରିଥିଲେ। ସେମାନେ ଏହି ମାମଲାରେ ମହାମୁଣ୍ଡୀ ଗ୍ରାମର ଚିତ୍ରଭାନୁ ସାହୁ ଓ ବାବୁଲାଲ କରଣ ନାମକ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି।
ଡେପୁଟି ରେଞ୍ଜର କେଶବ କୃଷ୍ନ ନାୟକ, ଫରେଷ୍ଟର ବ୍ୟାସଦେବ ସାହୁ ଓ ଜେନା ରାଉତ, ଫରେଷ୍ଟ ଗାର୍ଡ ଲୀଳାନ୍ଦ୍ରୀ ବାର୍ଲା, ସଙ୍ଗୀତା ସାହୁ, ଆଦିତ୍ୟ ମାଝୀ ଓ ସଂଜୟ ନନ୍ଦ ସମେତ ବଲାଙ୍ଗିର ରେଞ୍ଜ ର ପାରା ବନକର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ।