ବଲାଙ୍ଗିର, ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଶିକ୍ଷାବିତ୍ ଆଧ୍ୟାତ୍ମ ବାହିନୀର ସମ୍ପାଦକ ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭା ଓ ସ୍ମରଣିକା ”ଚିନ୍ତାରେ ଚୈତନ୍ୟ” ଉନ୍ମୋଚନ ଉତ୍ସବ ସ୍ଥାନୀୟ ମାରୱାଡି ସେବା ସଦନ ଠାରେ ଶ୍ରୀ ସତ୍ୟବନ୍ତ ବେଦବାଗଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯବକ୍ତା ରୂପେ କଣ୍ଟାବାଞ୍ଜି ରାଧା ମାଧବ ମନ୍ଦିର ମାତା ମଠର ବାବା ଅଦ୍ଵୈତ ପ୍ରସାଦ ଦାସ ଯୋଗଦେଇ ଥିଲାବେଳେ ଅଦ୍ଵୈତ ଆଶ୍ରମର ସତ୍ୟ ପ୍ରଜ୍ଞା ନନ୍ଦ ସରସ୍ଵତୀ ତାଙ୍କର ଆଶୀର୍ବଚନରେ ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ବହୁମୂଖୀ ପ୍ରତିଭାର ଅବତାରଣା କରିଥିଲେ ଓ ଏହି ଅବସରରେ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚନ କରିଥିଲେ। ସମ୍ପାଦନା କମିଟିର ଅନ୍ୟତମ ସଭ୍ଯ ରଘୁନାଥ ବାବୁ ସ୍ମରଣିକା ଉପରେ ତାଙ୍କର ମତାମତ ଦେଇଥିଲେ। ଏଥିସହ ଅନେକ ଲେଖା ତାଙ୍କର ଶ୍ରୁତି ରେ ଆସିଥିବା ବେଳେ ସେଥିମଧ୍ୟରୁ ସବୁକୁ ସ୍ଥାନିତ ହୋଇଛି ବୋଲି କହିଥିଲେ। ଡ. ଗୋବର୍ଦ୍ଧନ ନାୟକ, ତାଙ୍କର ବଡଭାଇ ମୋହନ ଦାସ ଠାକୁର, ଶିକ୍ଷାବିତ୍ ସ୍ତମ୍ଭକାର ଦିବ୍ୟ ଜୀବନ୍ ସଂଘର ଡାକ୍ତର ମୀନକେତନ ପାଠି, ନାଟ୍ଯ ଭୂଷଣ ଜଗଦାନନ୍ଦ ଛୁରିଆ, ମଣ୍ଡଳର ଘାସିରାମ ପାଢି, ଟିକରାପଡ଼ାରୁ ଶିକ୍ଷକ ସ୍ଵର୍ଗତ ଠାକୁରଙ୍କ ସହକର୍ମୀ ଚନ୍ଦ୍ରମଣି ସିଂହଦେଓ, କବି ସୁଭ୍ରାଂଶୁ ପଣ୍ଡା, ସତ୍ୟସାଇ ସଂଗଠନର ଜିଲ୍ଲା ସଭାପତି ମନୋଜ ଭାଇ ପ୍ରମୁଖ ତାଙ୍କର ସ୍ମୃତିଚାରଣ କରିଥିଲେ। ପୂର୍ବରୁ ଚୈତନ୍ୟ ଦାସ ଠାକୁର ସ୍ମୃତି କମିଟିର ସମ୍ପାଦକ ଡଃ. ରସରାଜ ଠାକୁର ସ୍ଵାଗତ କରିଥିବା ବେଳେ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ। ସ୍ଵର୍ଗତ ଠାକୁରଙ୍କ ଆଧ୍ୟାତ୍ମ ବାହିନୀର ଗୋଟିଏ ବିଶେଷ ସଂଖ୍ୟା ତାଙ୍କର ସ୍ମୃତିରେ ଖୁବଶୀଘ୍ର ପ୍ରକାଶିତ ହୋଇ ଏହାକୁ ନିୟମିତ କରାଯିବାକୁ ସେ ସୂଚନା ଦେଇଥିଲେ। ସଭାକୁ କୁମୁଦ ବିହାରୀ ବେଦବାଗ ସଂଯୋଜନା କରିଥିଲେ।
Related Stories
November 23, 2024