
ଜୟପୁର, କୋରାପୁଟର ଦେଶିଆ ଭାଷା , ଚଳନି, ଜନଜୀବନର କଥା ଓ ବ୍ୟଥାକୁ ନେଇ ମନୋରଞ୍ଜନ ଧାର୍ମୀ ଚଲଚିତ୍ର ‘କୁକୁଡ଼ା ଚୋର’ ର ଶୁଭମୁକ୍ତି ଉତ୍ସବ ସ୍ଥାନୀୟ ଏସ. ଆର. ମଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଉତ୍ସବରେ ଉଦ୍ଘଘାଟକ ଭାବେ ଶିଳ୍ପ ଦ୍ୟୋଗୀ ସୁବାସ ରାଉତ, ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ,ସାହିତ୍ୟିକ ଲକ୍ଷ୍ମୀ କାନ୍ତ ପାଢ଼ୀ , ସଦସ୍ୟ, ମୁଖ୍ୟ ଅତିଥି, କୋରାପୁଟ ର ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ, ଜିଲ୍ଲାସଂସ୍କୃତିଅଧିକାରୀ ଶ୍ରୀମତୀ ପ୍ରୀତି ସୁଧା ଜେନା, ଆକାଶବାଣୀ ଜୟପୁରର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ,ସାହିତ୍ୟିକ ନରେନ୍ଦ୍ର ନାଥ ପଟ୍ଟନାୟକ, ବସୁମତୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଚନ୍ଦ୍ରମଣି ବାରିକଓ ଲେଖକ ଡକ୍ଟର ରାଜେନ୍ଦ୍ର ପାଢ଼ୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ସହ ରିବନ କାଟି ଶୁଭାରମ୍ଭ କରିଥିଲେ । ଗୁପ୍ତେଶ୍ୱର କ୍ରିଏଟିଭସ୍ ନିବେଦିତ, ଶୁଭେନ୍ଦୁ ପାଢୀଙ୍କ ପ୍ରଯୋଜିତ ଓ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଟି କୋରାପୁଟର ଏକ ନିଛକ କାହାଣୀକୁ ନେଇ ନିର୍ମିତ କ୍ଷ ସ୍ଥାନୀୟ ଅଂଚଳ ଓ ଓଲିଉଡ଼ର କଳାକାରମାନଙ୍କ ବାସ୍ତବଧର୍ମୀ ଅଭିନୟ, ହୃଦୟସ୍ପର୍ଶିି ସଂଳାପ, ମନଛୁଆଁ ସଙ୍ଗୀତର ମୂର୍ଚ୍ଛନା ଭରା ଗୀତମାନ ଭରପୁର ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇ ପାରିଛି । ଏହି ଶୁଭମୁକ୍ତି ଉତ୍ସବରେ ଚଳଚିତ୍ରର କଳାକାର ଶୁଭେନ୍ଦୁ ପାଢ଼ୀ, ରାଜା, ଗୁଡୁ,କିଶୋର ମିଶ୍ର, ସବିତା ଶତପଥୀ, କେ. ମୋହନା ରାଓ,ଲାଲ ବାହାଦୁର ମଲ୍ଲିକ, ପ୍ରଭାକର ମିଶ୍ର, ମହେଶ ରାଓ, ତାରିଣି ଚରଣ ପାତ୍ର,ରଞ୍ଜନ ସାବତ, ସୁଧୀର କୁମାର ମହାପାତ୍ର,ରଞ୍ଜିତ ବାଗ, ପ୍ରଜ୍ଞା ପ୍ରଧାନ, ସୁମନ ତାଣ୍ଡି, ଦେବେନ୍ଦ୍ର ସେନାପତି ଆଚିପ୍, ଶିଶୁ କଳାକାର ସଂପ୍ରିତୀ ହଡପ ପ୍ରମୁଖ ଯୋଗଦେଇ ଥିଲେ କ୍ଷଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ବିଜୟ ଉପାଧ୍ୟାୟ , ଅନ୍ୱେଷା ପତ୍ରିକା ଭୁବନେଶ୍ୱରର ସମ୍ପାଦକ ନିଗମ ଷଡଙ୍ଗୀ ଉଦୟ ଶଙ୍କର ଜାନୀ, ଏମ. ଡି,ବାବୁଲ ଖାନ, ଅମର ମିଶ୍ର, କିଶୋର ମିଶ୍ର, କୃଷ୍ଣ ଚନ୍ଦ୍ର ହୋତା,ଭୁବନ ଷଡଙ୍ଗୀ,ସୁଧୀର ଦାସ, ମାନସ ପଣ୍ଡା, ଇନ୍ଦିରା ପାଢ଼ୀ, ହରପ୍ରିୟା ପାଢ଼ୀ, ସୋମନାଥ ପାଢ଼ୀ, ବିଜୟ ଲକ୍ଷ୍ମୀ ପାଢ଼ୀ, ବନମାଳୀ ହଡପ, ସରୋଜିନୀ ହଡ଼ପ, ଆଇନଜୀବୀ ହରିଶ ମୁଦୁଲି ପ୍ରମୁଖ କଳାକାର, ସଙ୍ଗୀତକାର, ନିର୍ଦ୍ଦେଶକ ସାହିତ୍ୟିକ ଓ ବୁଦ୍ଧିଜୀବୀ ତଥା ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇ ଭରପୁର ଉପଭୋଗ କରିଥିଲେ । ଲୋକ ସଂସ୍କୃତି ର ଗନ୍ତାଘର କୋରାପୁଟ ଭୂଖଣ୍ଡର ଭାଷା, ଚଳନି, ନୃତ୍ୟ ସଙ୍ଗୀତର ମହକରେ ମହାକିତ ଏହା ପ୍ରଥମ କରି ଏକ ସଫଳ ମନୋରଞ୍ଜନ ଧର୍ମୀ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବାରୁ ଦର୍ଶକ ମାନେ ଗୁପ୍ତେଶ୍ୱର କ୍ରିଏଟିଭସର ପ୍ରଯୋଜକ ଶୁଭେନ୍ଦୁ ପାଢୀ ଓ ନିର୍ଦ୍ଦେଶକ ଆନନ୍ଦ କୁମାର ଓ କଳାକାର ମାନଙ୍କ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ ।