
-
-ଵତଳ ପିପିଲି ଗାଁ ରେ ମାଓବାଦୀଙ୍କ ଲଙ୍କାକାଣ୍ଡ , ଜାଳିଦେଲେ ଟ୍ରାକ୍ଟର, ଜେସିବି ଓ ଟିପର ।
ଭବାନୀପାଟଣା ,ଭବାନିପାଟଣା ସଦର ଥାନା ଅନ୍ତର୍ଗତ ତଳ ପିପିଲି ଗାଁ ରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ଗୋଟିଏ ଟ୍ରାକ୍ଟର , ଗୋଟିଏ ଜେସିବି ମେସିନ ଓ ଗୋଟିଏ ଟିପର କୁ ମାଓବାଦୀ ମାନେ ବିଳମ୍ବିତ ରାତିରେ ଆସି ଜାଳି ଦେଇଛନ୍ତି । ଭବାନିପାଟଣାର ଜୈନିକ ଠିକାଦାରଙ୍କ ରାସ୍ତା କାମ ଚାଲିଥିବା ବେଳେ ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି । ଏହି ଅଞ୍ଚଳ ଟି ମାଓବାଦୀ ଅଧ୍ୟୁଷିତ ହେଇ ଥିବାରୁ ମାଓବାଦୀ ମାନେ ପୁଣି ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇ ଯାଇଛି। ତେବେ କାହିଁକି ଏଭଳି ଲଙ୍କା କାଣ୍ଡ ଭିଆଇଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଭବାନୀ ପାଟଣା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ପ୍ରକାଶ ।