ବଲାଙ୍ଗିର,ବଲାଙ୍ଗିର ନୂଆଁ ମେଡିକାଲ କଲେଜ ମାନଙ୍କ ରେ ଆସୋସିଏଟ ପ୍ରଫେସର୍ ନିଯୁକ୍ତି ପାଇଁ ବିଜ୍ଞାପନ ରେ ଦୋମୁହାଁ ନୀତି। ଅଭିଜ୍ଞତା ଓ ଅନ୍ୟ ଯୋଗ୍ୟତା ଥାଇ ବି ନିଯୁକ୍ତି ସୁଯୋଗ ହରାଉଛନ୍ତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନେ। ନିକଟରେ ଡି ଏମ ଇ ଟି ଓଡିଶା ତାର ୩୦ ଏପ୍ରିଲର ବିଜ୍ଞାପନ ରେ ବିଭିନ୍ନ ନୂଆ ମେଡିକାଲ କଲେଜ ଓ ହସପିଟାଲ ରେ ଆସୋସିଏଟ ପ୍ରଫେସର୍ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ଆସୋସିଏଟ ପ୍ରଫେସର ପଦବୀ ପାଇଁ ବିଜ୍ଞାପନ ରେ ଶିକ୍ଷା ଦେବାର ଅଭିଜ୍ଞତା ୪ବର୍ଷ , ଲେଖା ପ୍ରକାଶ ସହ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ହେବା ଜରୁରୀ ବୋଲି କୁହାଯାଉଛି । ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଦୀର୍ଘ ଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କ ରେ ବିଶେଷଜ୍ଞ ପଦ ରେ ଥାଇ ସମସ୍ତ ଯୋଗ୍ୟତା ଥାଇ କେବଳ ଆସିଷ୍ଟାଣ୍ଟ ପ୍ରଫେସର ହୋଇ ନଥିବାରୁ ସେମାନେ ଏହି ଆସୋସିଏଟ ପ୍ରଫେସର୍ ପଦ ପାଇଁ ଆବେଦନ କରି ପାରୁ ନାହାନ୍ତି । ପୁନଶ୍ଚ ସେମାନେ ତାଙ୍କ ଠାରୁ କମ ଅଭିଜ୍ଞତା ଥିବା ଓ ବୟସରେ ସାନ ଥିବା ଡାକ୍ତର ଙ୍କ ପାଖରେ କାମ କରିବାକୁ ପଡୁଛି। ଅଭିଜ୍ଞତା କୁ ଓ ଅନ୍ୟ ଯୋଗ୍ୟତା କୁ ବିଚାର କରି ମେଡିକାଲ କଲେଜ ଗୁଡିକରେ ଏସୋସିଏଟ ପ୍ରଫେସର ପାଇଁ ନିଯୁକ୍ତି ବେଳେ କେବଳ ଆସିଷ୍ଟାଣ୍ଟ ପ୍ରଫେସର ହେବା ଯୋଗ୍ୟତା କୁ ଗୁରୁତ୍ୱ ନ ଦେଇ ମୁଖ୍ୟ ଚିକିତ୍ସାଳୟରେ ଥିବା ଦୀର୍ଘ ଅଭିଜ୍ଞତା ସମ୍ପନ୍ନ ଡାକ୍ତର ମାନଙ୍କୁ ନିଯୁକ୍ତି ଦେଲେ ସେମାନେ ତାଙ୍କ ଅଭିଜ୍ଞତାକୁ ଭିତ୍ତି କରି ପାଠ ପଢା ର ମାନକୁ ବୃଦ୍ଧି କରି ପାରନ୍ତେ। ପୁନଶ୍ଚ ସେହି ବିଜ୍ଞାପନ ରେ ଏନାଟୋମି ଏସୋସିଏଟ ପ୍ରଫେସର ରେ ପ୍ରାର୍ଥୀ ନ ମିଳିଲେ ବିନା ଯୋଗ୍ୟତା ରେ ଏମ ଏସ ସି ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି । ଅଥଚ ଅନ୍ୟ ବିଭାଗରେ ଏପରି ତାରତମ୍ୟ କାହିଁକି ? ଆହୁରି ନୂଆ ମେଡିକାଲ କଲେଜ ହେଉ ଥିବାରୁ ପ୍ରାର୍ଥୀ ବାହାରୁ ନାହାନ୍ତି । ପଦବୀ ୪ ଆବେଦନ ୨ ହେଉଛି। ପଦ ଖାଲି ପଡୁଛି। ଯେପରି
ଏନାଟୋମି ବିଭାଗରେ କୋହଳ ହେଉଛି ଯୋଗ୍ୟତା, ସେପରି ଅନ୍ୟ ପଦ ପାଇଁ ମଧ୍ୟ ହୋଇ ପାରନ୍ତା। ରାଜ୍ୟ ସରକାର ଏଦିଗରେ ଗୁରୁତ୍ୱ ସହ ବିଚାର କରିଲେ ରାଜ୍ୟ ରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆସି ପାରନ୍ତା ବୋଲି ମଧ୍ୟ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।