ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ହେଉଛି ଏକ ଦାଦନ ପ୍ରବଣ ଅଞ୍ଚଳ। ପ୍ରତିବର୍ଷ ଏହି ଜିଲ୍ଲାର ୫୦ ପ୍ରତିଶତ ଲୋକ ଇଟା ଭାଟିରେ କାମ କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ବିଡମ୍ବନାର ବିଷୟ, ରାଜ୍ୟ ସରକାର ଦାଦନ ଚାଲାଣ ରୋକିବାକୁ ଅନେକ ପ୍ରକାରର ପ୍ରୟାସ କରୁଥିଲେ ସୁଦ୍ଧା ବିଫଳ ହେଉଛନ୍ତି। ଠିକ୍ ଭାବରେ ଯଦି ସରକାରୀ କାମ ଯୋଗାଇ ଦିଆଯାଆନ୍ତା ତାହେଲେ କିଛି ମାତ୍ରାରେ ଦାଦନ ଚାଲାଣ ହ୍ରାସ ହୁଅନ୍ତା ବୋଲି ଆଶା କରାଯାଏ। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ବିଭିନ୍ନ ନିର୍ଯାତନାର ଶିକାର ହେବା ସହ ଅନେକ ଲୋକ ମୃତ୍ୟୁ ବରଣ କରି ଶବ ହୋଇ ଫେରୁଥିବା ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏବେ ଏବେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଯୁବା, ସୁଲେକେଲା, କର୍ଲାବାହାଲି ଏମିତି ଅନେକ ଗୁଡିଏ ଗାଁର ଲୋକଙ୍କ ମୃତଦେହ ଆସିଥିବା ବେଳେ ଏବେ ପୁଣି ଏକ ଦାଦନ ଦୁଃଖର କରୁଣ କାହାଣୀର ଖବର ମିଳୁଛି। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗାଁର କୈଳାସ ଭୁଏ (୫୦) ପିତା . ବେଣୁ ଭୁଏ । ସେ ନିଜ ପରିବାର ପୋଷଣ ପାଇଁ ତେଲେଙ୍ଗାନା ରାଜ୍ୟର ଟୁକୁଗୁଡ଼ାକୁ ଇଟା ଗଢିବା ପାଇଁ ଯାଇଥିଲେ। ହେଲେ କୌଣସି କାରଣବଶତଃ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏବଂ ତାଙ୍କ ଶବ ନିଜ ଭିଟାମାଟିକୁ ଆସୁଥିବା ସୂଚନା ମିଳିଛି। ତାଙ୍କ ଶବ ଆସିଲା ପରେ ସମସ୍ତ ଘଟଣାର ସତ୍ୟାସତ୍ୟ ଲୋକାଲୋଚନକୁ ଆସିବ ।
Related Stories
November 23, 2024