ଭୁବନେଶ୍ବର, ପୁରୀ ଶ୍ରୀମନ୍ଦିର କରିଡର ପ୍ରକଳ୍ପ କାମକୁ ବନ୍ଦ ରଖା ଯାଉ ଓ ଆବଶ୍ୟକୀୟ ଅନୁମତି ପରେ ହିଁ କାମ ହେଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ବିଜେପିର ରାଜ୍ୟ ମୁଖପତ୍ର ଡ. ଜତୀନ ମହାନ୍ତି ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କ ୁ କହିଛନ୍ତି ଯେ ଶ୍ରୀମନ୍ଦିରରେ କଣ କାମ ହେଉଛି, କି କାମ ହେଉଛି, ସ୍ପଷ୍ଟ ନୁହେଁ । ସରକାର କଣ କରୁଛନ୍ତି, କଣ କରିବାକୁ ଯାଉଛନ୍ତି ତାହା ସ୍ପଷ୍ଟ କରାଯିବାର ଆବଶ୍ୟକତା ରହିଛି । କାମର ବ୍ଲୁ ପ୍ରିଣ୍ଟ ଲୋକଙ୍କ ସାମ୍ନାରେ ରଖାଯିବା ସହ ସହମତି ଭିତିରେ କାମ କରାଯାଇ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ କାମ ପାଇଁ ଏସଆଇ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ହେଲେ ଅନୁମତି ଥିବା କୁହାଯାଉଛି। ଏଏସଆଇର ଅନୁମତି ନଥିବାରୁ କାମ ବେଆଇନ ବୋଲି ବିଜେପି ମନେ କରୁଛି । ତେଣୁ ଏବେ କାମ ସ୍ଥଗିତ ରଖାଯାଉ। ଆବଶ୍ୟକ ଅନୁମତି ମିଳିଲା ପରେ କାମ କରାଯାଉ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବିଜେପି ବିକାଶକୁ ଆମେ ବିରୋଧ କରେ ନାହିଁ ହେଲେ ଆଇନ ଅନୁସାରେ କାମ ହେବା ଦରକାର ବୋଲି ସେ କହିଛନ୍ତି ।