ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସହରରେ ଭାରତ ବନ୍ଦ ଡାକରା ସଫଳ ହୋଇଥିବା ଜଣାଯାଏ। ସଂଘ ତରଫରୁ ସକାଳ ୬ଟା ରୁ ଦିନ୧୨ଟା ପର୍ଯନ୍ତ ବନ୍ଦ ପାଳନ କରାଯାଇଥିଲା। ସଂଘ ର ପ୍ରମୁଖ ୯ଗୋଟି ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନା କରି ବିଭିନ୍ନ ନାରାବାଜି ଦିଆଯାଇଥିଲା।
ସେମାନଙ୍କର ପ୍ରମୁଖ ଦାବି ମଧ୍ୟରୁ ଓ ବି ସି ଙ୍କର ଜାତି ଆଧାରିତ ଜନଗଣନା କରିବା, ଓବିସିଙ୍କ ସହ ସରକାର ଧୋକାବାଜି ଷଡ଼ଯନ୍ତ୍ର ବନ୍ଦ କରିବା, ଇ ଭି ଏମ ଘୋଟଲା ବନ୍ଦ କରିବା, ବେସରକାରୀ ସ୍ଥାନରେ ଆରକ୍ଷଣକୁ ଓ ବି ସି ଙ୍କୁ ଲାଗୁ କରିବା, ଏମ. ଏସ. ପି. ଗ୍ୟାରେଣ୍ଟି ଆଇନ ଲାଗୁ କରିବା, ପର୍ୟାବରଣ ସଂରକ୍ଷଣ ନାମରେ ଆଦିବାସୀଙ୍କୁ ବିସ୍ଥାପନ ବନ୍ଦ କରିବା, ଏ ନ. ଆର ସି ସି, ସି ଏ ଏ, ଏ ନ ପି ଆର ଇତ୍ୟାଦିକୁ ବନ୍ଦ କରିବା, ପୁରୁଣାକୁ ଲାଗୁ କରିବା, ଶ୍ରମିକ ବିରୋଧୀ ଆଇନକୁ ବନ୍ଦ କରିବା, ଜୋର ଜବରଦସ୍ତ ଟୀକାକରଣକୁ ବନ୍ଦ କରିବା ଇତ୍ୟାଦି ଦାବିକୁ ପୂରଣ କରିବାକୁ ସଂଘ ଭାରତ ବନ୍ଦ କରିଥିବା ପ୍ରକାଶ।
କଳାହାଣ୍ଡିର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼ ଇତ୍ୟାଦି ପ୍ରମୁଖ ସହରରେ ଶାନ୍ତି ଶୃଙ୍ଖଳାର ସହକାରେ ବନ୍ଦ ପାଳନ ସଫଳ ହୋଇଥିବା ଜଣାଯାଏ। ଜିଲ୍ଲାର ସମସ୍ତ ଅନୁଷ୍ଠାନ, ଜନ ସାଧାରଣ ଏଥିରେ ସହଯୋଗ କରିଥିବା ଜଣାଯାଏ, ବନ୍ଦ ପାଳନ ସରିବା ପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିବା ଦେଖିବାକୁ ମିଳିଛି।