ପଟ୍ଟାମୁଣ୍ଡାଇ,ରାଜନଗରରେ ଜବରଦଖଲ ଉଚ୍ଛେଦ ବେଳେ ପ୍ରବଳ ଉତ୍ତେଜନା । ପ୍ରଶାସନ ଜନତା ମୁହାଁମୁହିଁ । ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବଜାର ଉପରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ଲୋକେ। ସରକାରୀ ଜାଗାରେ କୋଠାଘର ଭାଙ୍ଗିବା ସମୟରେ ଉତ୍ତେଜନା । ରାଜନଗର ବଜାର ଉପରେ ରାଜନଗରର ଘନଶ୍ୟାମ ପାଣି ନାମକ ଜଣେ ବ୍ୟକ୍ତି ଏକ ଦୁଇ ମହଲା କୋଠା ନିର୍ମାଣ କରୁଥିଲେ, ଘରକୁ ଆଜି ରାଜନଗର ପ୍ରଶାସନ ଭାଙ୍ଗିବା ସମୟରେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି। ତାଙ୍କ କହିବା କଥା ହେଲା ରାଜନଗର ତହସିଲଦାର ଟଙ୍କା ନେଇ ଆମକୁ ଘର କରିବାକୁ ଅନୁମତି ଦେଇଥିଲେ ଫଳରେ ଆମେ ଘର ନିର୍ମାଣ କଲୁ। ତହସିଲଦାର ଆମକୁ ପୁଣି ଟଙ୍କା ମାଗୁଥିଲେ ଆମେ ନଦେବାରୁ ଆଜି ପୋଲିସ ଛିଡା କରି ଜୋର ଜବରଦସ୍ତ ଆମ ଘର ଭାଙ୍ଗୁଛନ୍ତି।
ଅନ୍ୟ ପଟେ ତହସିଲଦାର କହିଛନ୍ତି, ସରକାରୀ ଜାଗାରେ ଘର ନିର୍ମାଣ ହେଉଥିବାରୁ ଏହାକୁ ଉଛେଦ କରାଯାଉଛି।