ପୁରୀ ଗୋବିନ୍ଦ ଗୋଧାମ ଗୋଶାଳାର ର ପ୍ରତିଷ୍ଠାତା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ପଣ୍ଡିତ ବିଷ୍ନୁଚରଣ ପଣ୍ଡାଜୀ ମହାରାଜଙ୍କୁ ସଂମ୍ମାନିତ କରିଥିଲେ |
ଓଡିଶା ରାଜଭବନ ପରିସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ଓଡିଶାର ଲୁପ୍ତ ପ୍ରତିଭା ମାନଙ୍କୁ ଉତ୍ସାହ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ସମସ୍ତେ ଅନୁଭବ କରିଥିଲେ |
ପଣ୍ଡିତ ବିଷ୍ନୁଚରଣ ପଣ୍ଡାଜୀ ମହାରାଜଙ୍କ ଠାରୁ ଗୋସେଵା ସମ୍ପର୍କୀୟ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ |
ପଣ୍ଡିତ ବିଷ୍ନୁଚରଣ ପଣ୍ଡା ନିଜ ଉପସ୍ଥାପନାରେ ଗୋମାତା ଙ୍କ ବଂଶବୃଦ୍ଧି ଏବଂ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହିତ ଓଡିଶାରେ ପ୍ରତ୍ୟେକ ଜିଲ୍ଲାରେ” ଗୋ ଅଭୟରଣ୍ୟ “ବନାଇବା ପାଇଁ ପ୍ରସ୍ତାବ ରଖିଥିଲେ | କାରଣ ଗୋମାତା ଙ୍କ ବଂଶବୃଦ୍ଧି ଏବଂ ସୁରକ୍ଷା ନିମନ୍ତେ କେବଳ ଗୋଶାଳା ଯେ ଏକମାତ୍ର ବିକଳ୍ପ ତାହା ସମ୍ଭବ ନୁହେଁ |ଯଦି ଗୋମାତା ସୁରକ୍ଷା ଆଇନ ପ୍ରଣୟନ ଓ ପ୍ରତ୍ୟେକ ଜିଲ୍ଲାରେ ” ଗୋ ଅଭୟରଣ୍ୟ “କରାଯାଏ ତାହେଲେ ଓଡିଶା ରାଜ୍ୟ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିବ |ଏଥିସହିତ ପଣ୍ଡାଜୀ ଗୋମାତାଙ୍କୁ ଚୋରା ଚାଲାଣ କରାଯାଉଥିବା ବେଳେ ଅଟକାଇ ବାକୁ ଯାଇ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି |ଏଭଳି ଚୋରା ଚାଲାଣ ଏବଂ କଂସେଇ ଖାନା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ରଖିଥିଲେ |ଆଇନ ପ୍ରଣୟନ କରାଗଲେ ପୋଲିସ ପ୍ରଶାସନ ତରଫରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ |ଏଭଳି ଆଇନ ପ୍ରଣୟନ ଦ୍ୱାରା ଆଗାମୀ ଦିନରେ ଗୋମାତା ଙ୍କ ବଂଶବୃଦ୍ଧି ହୋଇପାରିବ ଯାହାକି ଧର୍ମରକ୍ଷା ପାଇଁ ଆଉ ଏକ ମାଇଲ ଖୁଣ୍ଟ ହେବ |
ଏହାଦ୍ୱାରା ହିନ୍ଦୁ ସନାତନ ଧର୍ମ ରକ୍ଷା ହେବା ଏବଂ ପରିବେଶ ସନ୍ତୁଳିତ ରହିପାରିବ ବୋଲି ପଣ୍ଡାଜୀ ନିଜ ଉପସ୍ଥାପନା ରଖିଥିଲେ |