ଭୁବନେଶ୍ବର,ରାଜ୍ୟରେ ଖାଲି ହୋଇଥିବା ୩ଟି ଆସନ ପାଇଁ ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାର ରିଟର୍ଣ୍ଣିଂ ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ବିଜ୍ଞପ୍ତି ଅନୁସାରେ ମଙ୍ଗଳବାର ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ 31 ମଇ ରଖା ଯାଇଛି । ସେହିପରି 1 ଜୁନରେ ନାମାଙ୍କନ ପତ୍ର ଗୁଡିକର ଜାଂଚ କରାଯିବ । ଜୁନ ମାସ 3 ତାରିଖ ଦିନ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରି ପାରିବେ । ଯଦି ଆବଶ୍ୟକ ହୁଏ ତେବେ ଜୁନ 10 ତାରିଖ ଦିନ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଭୋଟଗ୍ରହଣ ହେବ । ସେହି ଦିନ ଭୋଟଗଣନା ହେବା ସହ ନିର୍ବାଚନ ପ୍ରକ୍ରିୟା 13 ଜୁନ ମଧ୍ୟରେ ପୂର୍ଣ ହେବ ।
ବିଜେଡିର ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା କାରଣରୁ ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିକୋଣରୁ ତିନୋଟି ଯାକ ଆସନରେ ବିଜେଡି ବିଜୟ ଲାଭ କରିବ ।