ମୁଖୀଗୁଡା ,କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରକୁ ପାଇପ ଲାଇନ ଯୋଗେ ପାନୀୟ ଜଳଯୋଗାଣ ପାଇଁ ବ୍ୟପାକ ଅର୍ଥ ଖର୍ଚ୍ଚ ପରେ ମଧ୍ୟ ଜଳ ଯୋଗାଣ ସମ୍ଭବ ହୋଇ ପାରିନାହିଁ । ଏବେ ଜୟପାଟଣା ସହରବାସୀ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ଭୁଖିନ ହୋଉଥିବାବେଳେ ଆରଡବ୍ଲୁଏସଏସ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ଦାଇତ୍ବ ହୀନତା ଏବଂ ଅର୍ଥଖୋର ମନୋବୃତ୍ତି ଯୋଗୁଁ ୩କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ଵେ ଜୟପାଟଣା ସହରବାସୀ ପାଇପ ଲାଇନ ଯୋଗେ ପାନୀୟ ଜଳଯୋଗାଣ ରୁ ବଞ୍ଚିତ ହୋଉଥିବା ଅଭିଯୋଗ ହୋଉଛି ।ଏନେଇ ଜୟପାଟଣା ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୋଗ ଆଣିଛନ୍ତି ।୨୦୧୪ ମସିହାରୁ ଅଦ୍ୟାବଧି ଜୟପାଟଣା ସହରକୁ ପାଇପ ଲାଇନ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୩କୋଟି ଟଙ୍କା ଖର୍ଚ୍ଚ ହେଲାଣି କିନ୍ତୁ ଦାଇତ୍ୱରେ ଥିବା ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ନିହାର ମଲ୍ଲିକ ଙ୍କ ଦ୍ୱାରା ବେଆଇନ ଭାବେ ନିମ୍ନମାନର କାମ କରାଯାଇଥିବାରୁ ଅଦ୍ୟାବଧି ଜୟପାଟଣା ସହରକୁ ପାଇପ ଲାଇନ ଯୋଗେ ପିଇବା ପାଣି ଯୋଗାଣ ସମ୍ଭବ ହେଉନଥିବା ସରପଞ୍ଚ ଅଭିଯୋଗ ଆଣିଛନ୍ତି। ଏବେ ଖରା ଦିନେ ଲୋକେ ଉତ୍କଟ ଜଳ ସମସ୍ୟାର ସମ୍ଭୁଖିନ ହୋଉ ଥିବାବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଜନସାଧାରଣ ଙ୍କ ଅଭିଯୋଗ କୁ କୌଣସି ଗୁରୁତ୍ତ୍ୱ ଦେଉ ନାହାନ୍ତି ଯେହତୁ ନିମ୍ନ ମାନର କାମଯୋଗୁଁ ବହୁ ଜାଗାରେ ପାଣି ଲିକହୋଇ ଜଳ ଯୋଗାଣ ସମ୍ଭବ ହୋଉପାରୁ ନାହିଁ ।ତେବେ ବ୍ୟାପକ ସରକାରୀ ଅର୍ଥ ବ୍ୟୟ ସତ୍ତ୍ୱେ ଜନସାଧାରଣ ପାନୀୟ ଜଳଯୋଗାଣ ରୁ ବଞ୍ଚିତ ହୋଇଥିବାରୁ ଜୟପାଟଣା ସହରକୁ ପାଇପ ଲାଇନ ଯୋଗେ ପିଇବା ପାଣି ଯୋଗାଣ କାମର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ସହକାରୀଯନ୍ତ୍ରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ତାଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ଜୟପାଟଣା ସରପଞ୍ଚ ମୌସମୀ ଡଙ୍ଗରି ଦାବି କରିଛନ୍ତି । ଅଭିଯୋଗ ସମ୍ପର୍କରେ ସହକାରୀ ଯନ୍ତ୍ରୀ ନିହାର ମଲ୍ଲିକ ଙ୍କ ମତାମତ ମିଳି ପାରି ନାହିଁ ।
Related Stories
November 23, 2024