
ବଲାଙ୍ଗିର,ଗତ କାଲି ସକାଳୁ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ପାଟଣାଗଡ଼ ଥାନା ଘେରାଉ ସ୍ଥାନରେ ରାତିରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପହଂଚି କାର୍ଯ୍ୟନୁଷ୍ଠାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ବଲାଙ୍ଗିର ଏସ୍ ପି ନ ଆସିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନାରା ଦେଇ ରହିଥିଲେ। ଶେଷରେ ବାଧ୍ୟହୋଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଆରକ୍ଷୀ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରି ଦୁଇ ମାସ ମଧ୍ୟରେ ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତ ଆନ୍ଦୋଳନକାରୀ ଧାରଣା ରୁ ଓହରି ଯାଇଥିଲେ ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି କୋଶଳ ମୁକ୍ତି ମୋର୍ଚ୍ଚା ପାଇଁ ଜଣେ କନିଷ୍ଠ ଯନ୍ତ୍ରୀ ହତ୍ୟାକାରୀକୁ ଗିରଫ ପରେ ନ୍ୟାୟ ମିଳିବ ବୋଲି ଅଞ୍ଚଳବାସୀ ବହୁ ଖୁସି ମନେ କରିଛନ୍ତି।