ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ଆଜି ସକାଳେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଦେଖିବାକୁ ମିଳିଛି । ସେମାନେ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଲେ ସେହି ଗ୍ରାମର ସୋନୁ ବେହେରା (୧୮) ଓ ସୁନିତା ପ୍ରଧାନ (୧୮) । ଗତ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉଭୟ ପରିବାର ସେମାନଙ୍କ ବିବାହକୁ ସ୍ଵିକୃତି ନଦେବା ଏବଂ ବିରୋଧ କରିବା ଫଳରେ ଦୁହେଁ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି । ଖବର ପାଇ ଜରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକ ଦ୍ଵୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଉଭୟ ପରିବାରର ସମ୍ପର୍କିୟ ମାନଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରା ଉଚୁରା ଚଳାଇଛି । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।
Related Stories
November 22, 2024