
କୋରାପୁଟ, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଡୁମସିଲ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଁ ନିକଟରୁ ଯୁବକ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଖବର ପାଇ ନାରାୟଣପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଅନ୍ୟପକ୍ଷରେ ସେମାନେ ବିଷ ପାନ କରି ଆତ୍ମହତ୍ୟା କରିଥିବା କୁହାଯାଉଛି ।