
ବଣାଇ, ଯୁକ୍ତ ୨ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା ହଲ୍ ରେ ଛାତ୍ରଙ୍କ ଅସ୍ଵାଭାବିକ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ଘର ଲହୁଣିପଡ଼ା ଥାନା ଅନ୍ତର୍ଗତ ଜୁନିଆନି ଗ୍ରାମରେ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
ସେ ବଣାଇ କଲେଜରେ ପରୀକ୍ଷା ଦେଉଥିଲେ । ହଠାତ୍ ଆଜି ପରୀକ୍ଷା ହଲ୍ ରେ ଛାତ୍ର ଜଣକ ଅଚେତ୍ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ବଣାଇ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।