
ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବନାଚଂଳ ଅନ୍ତର୍ଗତ ମାଥିଲି ଗ୍ରାମରୁ ଗତକାଲି ରାତିରେ ବନ ବିଭାଗ ପକ୍ଷରୁ ଏକ ୫ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମାଥିଲି ଗ୍ରାମର ଆର. ପଣ୍ଡାଙ୍କ ଘର ନିକଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ପାଇ ଶ୍ରୀ ପଣ୍ଡା ମାଥିଲି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ଵରେ ବନ କର୍ମଚାରୀ ମାନେ ଆସି ବହୁ ଖୋଜାଖୋଜି କରିବା ପରେ ଏହି ବଜ୍ରକାପ୍ତାକୁ ଧରିବାରେ ସଫଳ ହୋଇଛନ୍ତି । ଉଦ୍ଧାର ବଜ୍ରକାପ୍ତାକୁ ମାଥିଲି ବନାଚଂଳ କାର୍ଯ୍ୟାଳୟରେ ରଖାଯାଇଛି । ଏହାର ସ୍ଵାସ୍ଥ୍ୟ ପରୀକ୍ଷା ପରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ତାକୁ ଜଙ୍ଗଲରେ ଛଡାଯିବ ।