କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ World Schizophrenia Day ଉପଲକ୍ଷେ ପୁରୀ ବାଳିଆପଣ୍ଡା ନିକଟସ୍ଥ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି |
ଚଳିତ ବର୍ଷର ଥିମ କୁ ଆଧାର କରି ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ | ସେ ଏଥିରେ ଜଣେ ମାନସିକ ରୋଗୀ ର ଚିନ୍ତା ଧାରା କୁ ଆଧାର କରି ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି | କେତେବେଳେ ରାଗ ର ମୁହୂର୍ତ୍ତ ତ, କେତେବେଳେ ହସୁଥିବାର ଦୃଶ୍ୟ କେତେବେଳେ ଚିଡୁ ଥିବାର ଦୃଶ୍ୟ ତ କେତେବେଳେ କାନ୍ଦୁଥିବାର ଦୃଶ୍ୟ ଅତି ସୁନ୍ଦର ଭାବରେ ବାଲୁକା କଳାରେ ଦର୍ଶାଇଛନ୍ତି ଶିଳ୍ପୀ ମାନସ ସାହୁ
ଏବଂ ଏଥିରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ମାନସିକ ରୋଗୀ ମଧ୍ୟ ଠିକ ହୋଇପାରିବେ | ଯଦି ପରିବାର ଲୋକ ଠିକ ସମୟ ରେ ଧର୍ଯ୍ୟ ର ସହ ଚିକିତ୍ସା କରାନ୍ତି ତାହେଲେ ରୋଗୀ ଭଲ ହୋଇପାରିବ |
ଏହି ବାଲୁକା କଳାଟି 15ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ 12ଟନ ବାଲି ଉପଯୋଗ କରାଯାଇଛି | ଏଥିରେ ସେ “Connecting with Hope” ଏବଂ World Schizophrenia ଡେ ର ବାର୍ତ୍ତା ଦେଇଛନ୍ତି |
Related Stories
November 23, 2024