ସମ୍ବଲପୁର ,ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କଦଳିପାଳ ଗ୍ରାମର ଉଣ୍ଡୁ ନାୟକ ନାମକ ଜନୈକ ବ୍ୟକ୍ତି ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅତି ଦୟନୀୟ ଅବସ୍ଥାରେ ଘରେ ଦିନ କାଟୁଛନ୍ତି । ନିଜର ଅତି ଋଗଣ ଆର୍ଥିକାବସ୍ଥା ଯୋଗୁଁ ନିଜର ଆବଶ୍ଯକୀୟ ଚିକିତ୍ସା କରିପାରୁନଥିବା ବେଳେ ପରିବାର ଚଳାଇବା ଚିନ୍ତାରେ ଭାଙ୍ଗିପଡି ଅତ୍ୟନ୍ତ ଅସହାୟ ଭାବେ ଅବସ୍ଥାରେ ଦିନ କାଟୁଛନ୍ତି । ଦିନକୁ ଦିନ ଉଣ୍ଡୁଙ୍କ ଅବସ୍ଥା ଖରାପ ହେଉଥିବା ଜାଣିବାକୁ ପାଇବା ପରେ ସମ୍ବଲପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ”ସ୍ୱଇଚ୍ଛା” ଟିମ ତାଙ୍କ ପାଖକୁ ଯାଇ ସାହାଯ୍ୟ ସହଯୋଗର ହାତ ବଢ଼ାଇଛି । ଉଣ୍ଡୁଙ୍କ ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ସ୍ୱଇଚ୍ଛା ସଦସ୍ୟ ସେଠାରେ ପହଞ୍ଚି ଦେଖିବାକୁ ପାଇଲେ, ଏକ ନିଛାଟିଆ ନିର୍ଜନ ଜଙ୍ଗଲ ମଝିରେ ଚାରିପଟେ କାନ୍ଥ ନଥିବା ଗୋଟେ ଘରର ଖଟରେ ଜୀବନ ବିତାଉଛନ୍ତି ଉଣ୍ଡୁ ନାୟକ ସାଙ୍ଗରେ ତାଙ୍କ ବୁଢ଼ୀ ମା ଓ ସ୍ତ୍ରୀ । ”ସ୍ୱଇଚ୍ଛା” ପରିବାରର ସଦସ୍ୟମାନେ ପୀଡିତଙ୍କର ହାଲଚାଲ ବୁଝିବା ସହ ଗୋଟିଏ ମାସର ରାସନ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ । ଏଥିସହିତ ଭିଡ଼ିଓ କଲ ମାଧ୍ୟମରେ ଡାକ୍ତରଙ୍କ ସହ ପରାମର୍ଶ କରାଯାଇ ଆଗକୁ କେମିତି ଉଣ୍ଡୁଙ୍କୁ ଆବଶ୍ଯକୀୟ ଚିକିତ୍ସା କରାଯିବ ସେନେଇ ଭୁବନେଶ୍ୱରର ୟୁମିଡେନ୍ ସଂଗଠନର ମିଳିତ ଉଦ୍ୟମରେ ଚିକିତ୍ସାର ଦାୟୀତ୍ୱ ନିଆଯିବ ବୋଲି ସଂଗଠନ ପକ୍ଷରୁ ପ୍ରତିଶ୍ରୃତି ଦେଇଥିଲେ । ଜିଲ୍ଲାର ଏହି ଦୁର୍ଗମ ଅଞ୍ଚଳକୁ ଆସିଥିଲେ ”ସ୍ୱଇଚ୍ଛା” ସଂଗଠନର ଆର୍ତତ୍ରାଣ ଶତପଥି, ଅନୁଜ ଜେନା, ଅନିତା ଦାସ, ସନ୍ଦୀପ ପଣ୍ଡା, ତନ୍ମୟ ମେହେର, ହରଦେବ ସାହୁ, କୁନାଲ ପଣ୍ଡା, ଅଜିତ ମହାନ୍ତି, ଅମିତ ହୋତା, ସତ୍ୟ ନାରାୟଣ ଦାସ ଓ ରଞ୍ଜନ ପ୍ରମୁଖ ।
Related Stories
November 23, 2024
November 23, 2024
November 23, 2024