
ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଉଥିବା ବେଳେ ସଭା ସମିତିରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବା ଦେଖାଯାଉଅଛି। କାରଣ ଏକ ସଭାରେ ଜିଲ୍ଲାପାଳ ସ୍ବଧା ଦେବ ସିଂ, ବିଧାୟକ ଅଧିରାଜ ପାଣିଗ୍ରାହୀ, ସିନପାଳି ବିଡ଼ିଓ ସଦାଶିବ ନାୟକ ଉପସ୍ଥିତିରେ ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା ଆଗରେ ବସିଥିବା ବେଳେ ବ୍ଲକ ଅଧକ୍ଷା ମାଧୁରୀ ମାଝୀ ପଛରେ ବସିଛନ୍ତି। ଏହି ଘଟଣା ନେଇ ଆଦିବାସୀ ସଙ୍ଘ ପକ୍ଷରୁ ତୀଵ୍ର ନିନ୍ଦା ପ୍ରକାଶ କରିଛନ୍ତି। ସିନାପାଲି ବିଡ଼ିଓଙ୍କୁ ବ୍ଲକ ଅଧକ୍ଷାଙ୍କୁ ପଛରେ ବସାଇବା କାରଣ ଆଦିବାସୀ ସଂଘ ପକ୍ଷରୁ ବାଳକୃଷ୍ଣ ଶବର ପଚାରିବାରୁ ବିଳମ୍ବରେ ଆସିବା କାରଣରୁ ସେ ପଛରେ ବସି ପଡିଲେ। ଆମରି ଭୁଲ ହୋଇଛି ବୋଲି ସ୍ବୀକାର କରିଛନ୍ତି। ଉପଯୁକ୍ତ ସମ୍ମାନ ଦେବାକୁ ଅନୁରୋଧ କରାଯାଇଛି । ପଦ ଏବଂ ପଦବୀକୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକ ଅଧିକାରୀଙ୍କ ନୈତିକ କର୍ତ୍ତବ୍ୟ ଅଟେ।