
ଘସିପୁର।କାର ଧକାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାରୁ ଜଣାଯାଏ ସୋସ ଥାନା ଅନ୍ତର୍ଗତ ବଣିଆ ଯୋଡି ଗ୍ରାମ ର ସୁରେନ୍ଦ୍ର ପାତ୍ର( ୪୦) ଓ ବିଶ୍ଵଜିତ ଯେନା (୩୦) ଚାଲି ଚାଲି ଛେନାପଦି ବଜାରକୁ ଆସୁଥିବା ବେଳେ ହଠାତ ମଠଡ଼ାହି ଛକ ଠାରେ ପଛପଟୁ ଏକ କାର ଖୁବଯୋରରେ ଉଦୟ ଙ୍କୁ ଧକା ଦେଇଥିଲା ଫଳରେ ଉଭୟ ଫୋପାଡି ହେଇ ପଡିବା ସହିତ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକମାନେ ଏହା ଦେଖି ଅଗ୍ନିଶମ କର୍ମଚାରୀ ଙ୍କୁ ଫୋନ କରିଥିଲେ । ସେଠାରେଅଗ୍ନିଶମକର୍ମଚାରୀମାନେ ପହଁଚି ଉଭୟ ଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିବା ସମୟରେ ବାଟରେ ସୁରେନ୍ଦ୍ରର ମୃତ୍ୟୁ ଘଟିବାର ଜଣାପଡିଛି । ଅନ୍ୟ ଜଣେ ବିଶ୍ଵଜିତ ଯେନା ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସିତ ହେଉଥିବା ଜଣା ପଡିଛି ।