-
ଏସସିବି ମେଡିକାଲର ୭ ଡାକ୍ତରଙ୍କ ନାମରେ ଚାର୍ଜସିଟ୍
କଟକ, ଆଇନଜୀବୀଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ କଟକ ଏସସିବି ମେଡିକାଲର ୭ ଜଣ ଡାକ୍ତରଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାର୍ଜସିଟ୍ ଦାଖଲ କରିଛି ମଙ୍ଗଳବାଗ ଥାନା ପୋଲିସ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୧ ତାରିଖରେ ଆଇନଜୀବୀଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଇନଜୀବୀ ସପନ କୁମାର ପାଲଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ । ହାଇକୋର୍ଟ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ନେଇ ହାଇକୋର୍ଟଙ୍କୁ ଜଣାଇଛି ମଙ୍ଗଳବାଗ ଥାନା ପୋଲିସ ।