ଭୁବନେଶ୍ୱର ,ପେଟ୍ରୋଲ ଲିଟର ପିଛା ଏକ୍ସାଇଜ ଡ୍ୟୁଟି ୧୦ଟଙ୍କା ୨୩ ପଇସା ଓ ଡିଜେଲ୍ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟି ୭ଟଙ୍କା ୩୬ ପଇସା ଦର କମ୍ ହୋଇଛି । ବର୍ତ୍ତମାନ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ଓ ଡିଜେଲ୍ ଲିଟର ପିଛା ଆଜିର ଦର ୯୪ଟଙ୍କା ୭୬ ପଇସା ରହିଛି । ପେଟ୍ରୋଲ୍ ଓ ଡିଜେଲ୍ ବୃଦ୍ଧିର ଆଳ ଦେଖାଇ ବସ୍ ଓ ଟ୍ରକ୍ ମାଲିକମାନେ ବସ୍ଭଡ଼ା ଓ ପରିବହନ ଭଡ଼ା ବଢେଇ ଚାଲିଥିଲେ । ଏବେ ପେଟ୍ରୋଲ୍ ଓ ଡିଜେଲ୍ରେ ଉତ୍ପାଦନ ଶୁଳ୍କ କମିଥିବା ଯୋଗୁଁ ଏହାର ଦର ହ୍ରାସ ପାଇଛି । ଆଜି ସକାଳ ୬ ଘଟିକାଠାରୁ ଠାରୁ ପେଟ୍ରୋଲ୍, ଡିଜେଲ୍ ଦର ହ୍ରାସ ଲାଗୁ ହୋଇଥିଲା ବେଳେ ସ୍ୱୟଂକ୍ରିୟ ପଦ୍ଧତିରେ (ଅଟୋମେଟିକ୍ ମେକାନିଜିମ୍) ବସ୍ ଭଡ଼ା କିନ୍ତୁ ହ୍ରାସ ପାଇନାହିଁ । ଏହା ଦିନ ଦ୍ୱିପ୍ରହରେ ବସ୍ ଯାତ୍ରୀମାନଙ୍କଠାରୁ ବସ୍ ମାଲିକମାନଙ୍କର ଲୁଟ୍ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ତୁରନ୍ତ ବସ୍ଭଡ଼ା ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି । ଆସନ୍ତା କାଲି ପରିବହନ ମନ୍ତ୍ରୀ ତୁରନ୍ତ ସ୍ୱୟଂକ୍ରିୟ ପଦ୍ଧତିରେ ବସ୍ଭଡ଼ା ହ୍ରାସ କରିବା ସଙ୍ଗେସଙ୍ଗେ ଟ୍ରକମାଲିକମାନଙ୍କୁ ପରିବହନ ଭଡ଼ା କମ୍ କରିବାକୁ ନିର୍ଦ୍ଦେଶ ଦେବାକୁ ସଭାପତି ଶ୍ରୀ ବେହେରା ଦୃଢ ଦାବି କରିଛନ୍ତି । ତା’ନହେଲେ ବସ୍ ଓ ଟ୍ରକ ଭଡାକୁ ନେଇ ଯେଉଁ ଜନଅସନ୍ତୋଷ ଅଛି ତାହା ଆଗାମୀ ଦିନରେ ଏକ ବୃହତ୍ତର ଜନଆନ୍ଦୋଳନର ରୂପ ନେବାକୁ ଏଡ଼ାଇ ଦେଇହେବନାହିଁ ବୋଲି ସେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ।
Related Stories
November 23, 2024