
ନୂଆଦିଲ୍ଲୀ, ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକଇବ ।- ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କହିଛନ୍ତି, ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ନିଷ୍ପତ୍ତି ଓ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ଜୀବନଯାତ୍ରା ସୁଗମ କରିବ । ନିଷ୍ପତ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କ ଟ୍ୱିଟ ଉଦ୍ଧୃତି ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ।
“ଆମପାଇଁ ନାଗରିକ ସର୍ବପ୍ରଥମ ।
ଆଜିର ନିଷ୍ପତ୍ତି ବିଶେଷ କରି ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଓ ଜୀବନଯାତ୍ରାକୁ ସୁଗମ କରିବ । ଉଜ୍ଜ୍ୱଳା ଯୋଜନା ଦ୍ୱାରା କୋଟି କୋଟି ଭାରତୀୟ, ବିଶେଷ କରି ମହିଳା ଉପକୃତ ହୋଇଛନ୍ତି । ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ଆଜିର ନିଷ୍ପତ୍ତି ପରିବାରର ବଜେଟ କମାଇବ ।”