ଭୁବନେଶ୍ୱର – ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପରେ ଓଡ଼ିଶା ରେଡ଼କ୍ରସ ରାଜ୍ୟ ଶାଖା ପକ୍ଷରୁ ଭୁବନେଶ୍ୱର ବିନ୍ଦୁସାଗର ପୁଷ୍କରିଣୀରେ ସଫେଇ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି ।
ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଯୁବ ରେଡକ୍ରସ ପରାମର୍ଶଦାତା ସମେତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ବିଜେବି ସ୍ୱୟଂଶାସିତ କଲେଜ, ରାଜା ମଧୁସୁଦନ ଦେବ କଲେଜ, ପଟିଆ ରୁ ୫୦ରୁ ଉଦ୍ଧ୍ୱର୍ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ, ଏବଂ ଓଡ଼ିଶା ରେଡ଼କ୍ରସ ରାଜ୍ୟ ଶାଖାର କର୍ମଚାରୀ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ରେଡକ୍ରସର କନିÂ ରେଡକ୍ରସ ଅଧିକାରୀ ଶ୍ରୀ ଲଷ୍ମଣ ସ୍ୱାଇଁ , ଶ୍ରୀ ଲିଙ୍ଗରାଜ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରେଡ଼କ୍ରସ ପକ୍ଷରୁ କରାଯାଇଥିବା ଏହି ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ଜନସାଧାରଣ ପ୍ରଶଂସା କରିବା ସହ ଉତ୍ସାହିତ ହୋଇ ସ୍ୱତଃ ସହଯୋଗର ହାତ ବଢ଼ାଇଥିଲେ । ଆସନ୍ତା ଶିକ୍ଷାବର୍ଷଠାରୁ ଏହିଭଳି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ କଲେଜରେ ଯୁବ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ନିକଟତମ ଜଳ ଭଣ୍ଡାର ଗୁଡିକୁ ପରିଷ୍କାର କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି ।