ଭୁବନେଶ୍ୱର, ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଗତ ବିଳମ୍ବିତ ରାତ୍ରୀରେ ଏକ ସଡକ ଦୁର୍ଘଟଣାରେ ଚାଳକ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏକ କାର୍ ଗଛରେ ପିଟି ହେବା ଫଳରେ ଏଭଳି ଅଘଟଣ ଘଟିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ପୁରୀ – ସାତପଡ଼ା ରାଜପଥର ମଠପାଟଣା ଛକଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା । କାରଟି ଗଛରେ ଚାପି ହୋଇ ରହିଥିଲା । କାରରେ ଥିବା ଡ୍ରାଇଭର ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଚାପି ହୋଇ ଥିବା ଡ୍ରାଇଭରଙ୍କୁ ବାହାର କରିଛି ।