ବଲାଙ୍ଗିର ,ସର୍ବ ଭାରତ ରେ ପ୍ରଥମ କରି ଓଡିଶା ରାଜ୍ୟ ତଥା ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ର ତିନି ଦିନିଆଁ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ର ଇମେଜ ରାଜ୍ୟ ଭବନ ଠାରେ ଆୟୋଜନ କରାଯାଇଥିଲା ଯେଉଁଠି ଓଡିଶା ର ତିରିଶ ଗୋଟି ଜିଲ୍ଲା ମଧ୍ୟରୁ ବଲାଙ୍ଗିର ଜିଲ୍ଲା ର ଶ୍ରୀମତୀ ଜ୍ୟୋସ୍ନା ମିଶ୍ର,ଖାଉଟି ବିବାଦ ସମାଧାନ ଆୟୋଗ ର ଜିଲ୍ଲା ପ୍ୟାନାଲ ସଭ୍ୟା ଭାବେ ପ୍ରତିନିଧିତ୍ବ କରି ଏ ଜିଲ୍ଲା ର ଉପଭୋକ୍ତା ମାନଙ୍କ ସର୍ବ ନିମ୍ନ ଅଭିଯୋଗ ଓ ଶୁଣାଣି ଉପରେ ଗୁରତ୍ୱ ଦେବା ସଙ୍ଗେ ସଙ୍ଗେ ଜିଲ୍ଲା ରେ ଖାଉଟି ମାନଙ୍କ ନ୍ୟାର୍ଯ୍ୟ ଅଧିକାର, ତାଙ୍କ ପାଇଁ ଉଚିତ ନ୍ୟାୟ ପାଇଁ ବିଭିନ୍ନବର୍ଗ ର ଖାଉଟି ମାନଙ୍କ ଭିତରେ ଖାଉଟି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଏବଂ ସଚେତନତା ବଢାଇବା ପାଇଁ ଭିଭିନ୍ନ ସମୟରେ ଅନୁନ୍ୟ କାର୍ଯ୍ୟକ୍ରମ ହାତ କୁ ନେବାକୁ ରାଜ୍ୟ ଫୋରମ ରେ ଅନୁରୋଧ ଜଣାଇଥିଲେ l ସେହିପରି
ବଲାଙ୍ଗିର ଜିଲ୍ଲା ଭଳି ଅନେକ ଜିଲ୍ଲା ରେ ଗରିବ ଖାଉଟି ମାନେ ତାଙ୍କର ବିଭିନ୍ନ ସମସ୍ୟା କୁ କୌଣସି ଏଭଳି ଆୟୋଗ ରେ ଉପସ୍ଥାପିତ କରି ପାରୁ ନାହାନ୍ତି ଫଳରେ ସେମାନେ ବିଭିନ୍ନ ସମୟରେ ଅସାଧୁ ବ୍ୟାପାରୀ ମାନଙ୍କ ଠକାମୀ ର ଶିକାର ହେଉଛନ୍ତି ତେଣୁ ଏମାନଙ୍କ ନ୍ୟାୟିକ ବିଚାର ର ଆବଶ୍ୟକତା ଉପରେ ଜୋର ଦେଉଥିଲେ ଅନ୍ୟ ଖାଉଟି ବିବାଦ ସଭ୍ୟ,ଆଇନଜ୍ଞ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ତ୍ରୀପାଠି ।
ଉପରୋକ୍ତ ରାଜ୍ୟ ଉପଭୋକ୍ତା ସମସ୍ୟା ସମାଧାନ ଆୟୋଗ କୁ ଓଡିଶା ରାଜ୍ୟ ର ଯୋଗାଣ ବିଭାଗ ରାଷ୍ଟ୍ର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣ କୁ ଉଦଘାଟନ କରିଥିବା ବେଳେ ଓଡିଶା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ର ସଭାପତି ଡି. ପି ଚୌଧୁରୀ ପ୍ରଶିକ୍ଷଣ ର ପରିଚାଳନା କରିଥିଲେ ଓ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସମ୍ପାଦକ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ମଙ୍ଗଳ ବିଭାଗ ଉପସଭାପତି ସିକା, ପ୍ରଫେସର ବିଜନ କୁମାର ମିଶ୍ର, ଉପଭୋକ୍ତା ଉପଦେଷ୍ଟା (ଖାଦ୍ୟ ଯୋଗାଣ ଉପଭୋକ୍ତା ମଙ୍ଗଳ ବିଭାଗ) ଶ୍ରୀ ବୀର ବିକ୍ରମ ଯାଦବ (ମୁଖ୍ୟ ସମ୍ପାଦକ ଖାଦ୍ୟ ଯୋଗାଣ ଓ ଖାଉଟି ମଙ୍ଗଳ ବିଭାଗ, ସଭାପତି ସିକା ରାଜ୍ୟ ସରକାର), ନ୍ୟାୟଧିଶ ଡ଼. ଡି. ପି ଚୌଧୁରୀ ସଭାପତି (ରାଜ୍ୟ ସଭାପତି,ରାଜ୍ୟ ଉପଭୋକ୍ତା ସମାଧାନ ଆୟୋଗ, କଟକ) ଯୋଗଦାନ କରି ସର୍ବ ତିନିଦିନ ର ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲା ମାନଙ୍କରେ ନୁଆଁ ଭାବେ ନିୟୋଜିତ ହୋଇଥିବା ସଭ୍ୟ, ସଭ୍ୟା, ସଭାପତି ମାନଙ୍କ ସୁ- ପରିଚାଳନା,ଖାଉଟି ମାନଙ୍କ ପାଇଁ ଉପଯୁକ୍ତ ନ୍ୟାୟିକ ବ୍ୟବସ୍ଥା ଉପରେ ସବିଶେଷ ଧାରଣା ଦେଇଥିଲେ l ପରିଶେଷରେ ଚିତ୍ତ ରଞ୍ଜନ ପ୍ରଧାନ (ଯୁଗ୍ମ ସମ୍ପାଦକ ଖାଦ୍ୟ ଓ ଯୋଗାଣ ବିଭାଗ ରାଜ୍ୟ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l