ବଲାଙ୍ଗୀର ,ବଲାଙ୍ଗିର ଦିବ୍ୟ ଜୀବନ ସଂଘ ତରଫରୁ ଗୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କ ଆରାମ ପାଇଁ ଟିଟିଲାଗଡ ରୋଡ ସ୍ଥିତ ଆର୍ଟିଓ ଛକ୍ ଠାରେ ଆଜି ପାଞ୍ଚ ସପ୍ତାହ ରବିବାରରେ ଦହି ପାଣି ବଣ୍ଟନ କରାଯାଇଛି । ଏହି ଦହି ପାଣି ବଣ୍ଟନ ୬ ସପ୍ତାହ ପାଇଁ ପ୍ରତି ରବିବାର କରାଯାଉଛି ଆଗାମି ରବିବାର ଦିନ ଶେଷପାଳିରେ ଏହା ବଣ୍ଟନ ହେବ ।
ସଂଘର ସଭାପତି ରବିଚନ୍ଦ୍ର ଉଦ୍ଗାତା ଓ ସଂପାଦକ ରଘୁନାଥ ବାବୁଙ୍କ ନେତୃତ୍ଵରେ ସଂଘର ଯୁଗ୍ମ ସଂପାଦକ ରୀତା ବକ୍ସି, ଗୁରୁ ଭଉଣୀ ସଂଗୀତା ମିଶ୍ର , ବିଦ୍ୟୁତ୍ ପଣ୍ଡା , ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ପଥଚାରୀ ମାନଙ୍କୁ ଦହିପାଣି ବଣ୍ଟନ କରିଥିଲେ । ମହିଳା ସଭ୍ୟାମାନଙ୍କୁ ସଂଘର ସଦସ୍ୟ , ରଶ୍ମି ବକ୍ସି, ଶିବାନନ୍ଦ ଦାସ, ସମାରୁ ଭୋଇ, ବିମଳ କୁମାର ବାବୁ,ଅନ୍ତର୍ଯ୍ୟାମୀପୁରୋହିତ,ସହଦେବ ମଲ୍ଲିକ, ଭାସ୍କର ଚିନରା,ଦୋରା ବାବୁ, ଗୋପବନ୍ଧୁ ଶତପଥୀ, ଯୁବରାଜ ବରୁଆ, ଯଦୁ ପଟେଲ ଓ ଆଶ୍ରମ ର ଯୋଗ ଗ୍ରୁପ୍ ପ୍ରମୁଖ ଦହିପାଣି ବଣ୍ଟନରେ ସହଯୋଗ କରିଥିଲେ ।