
ମାଲକାନଗିରି, ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ୩ ୨ ୬ ଜାତୀୟ ରାଜପଥର ଏମଭି ୮ ୨ ଗ୍ରାମ ଛକ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ ଚାଳକ ର ମୃତ୍ୟୁ ହୋଇଛି!ମିଳିଥିବା ସୂଚନା ଅନୁସାରେ ପଡିଆ ଥାନା ଅନ୍ତର୍ଗତ ନିଲିଗୁଡା ଗ୍ରାମର ଗଙ୍ଗା ପଡିଆମୀ ନାମକ ଜଣେ ଯୁବକ ବାଇକ ଯୋଗେ ଘରକୁ ଫେରୁ ଥିବା ବେଳେ ଏମଭି ୮ ୨ ଠାରେ ଏକ ଟ୍ରକ ବାଇକ କୁ ଧକ୍କା ଦେଇଥିଲା!ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଯାଇ ଥିଲା!ଘଟଣା ସ୍ଥଳ ରେ ମୋଟୁ ପୁଲିସ ପହଞ୍ଚି ଟ୍ରକ କୁ ଜବତ କରି ତଦନ୍ତ ଆରମ୍ଭ କରିଛି।