ନୂଆଦିଲ୍ଲୀ /ଭୁବନେଶ୍ୱର – ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁÂାନ , ୱେବ ସମ୍ବାଦ ପତ୍ର ଓଡ଼ିଆ ପୁଅ ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁÂିତ ହୋଇଯାଇଛି ।
ପାରମ୍ପରିକ ରୀତିରେ କାର୍ତିକ ପୂର୍ଣ୍ଣିମା ଅବସରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ । ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ, ବୋଇତରେ ବସି ଯାତ୍ରା କରିଥିଲେ । ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ଅନୁÂିତ ହୋଇଥିଲା ।ଏହି ଉତ୍ସବରେ ମୁଖ୍ୟ ସମ୍ମାନୀତ ଅତିଥି ଭାବରେ ଏଲବିଆଇଏଚଏମ୍ ହୋଟେଲ ମ୍ୟାନେଜମେଂଟ ଇନ୍ଷ୍ଟିଚ୍ୟୁଟର ପରି·ଳନା ନିଦେ୍ର୍ଧଶକ ଯୋଗଦେଇଥିଲେ ଏବଂ ଅନେକ ପ୍ରତିÂିତ ସମାଜସେବୀ ମାନେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଶତାଧିକ ଅଣ ଓଡ଼ିଆଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୋଇତ ବନ୍ଦାଣ କରିଥିଲେ ।
ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ, ହରିଆଣା ନୃତ୍ୟ, ଗୁଜରାତର ଦାଣ୍ଡିଆ, କାଶ୍ମୀର ନୃତ୍ୟ, ଆସାମର ବିହୁ ମହାରାଷ୍ଟ୍ରର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା ।ଏହି ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦେ୍ଧଶ୍ୟ ଥିଲା ଅଣ ଓଡ଼ିଆଙ୍କୁ ଓଡ଼ିଶାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ଗାଥା ଜଣାଇବା ।