ମାଲକାନଗିରି, ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଲକାନଗିରିର ମିଳିତ ଅନୁକୂଲ୍ୟରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଧେଶ କ୍ରମେ ମାଲକାନଗିରି ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି! ନିଯୁକ୍ତି ମେଳାରେ ଜିଲ୍ଲା ନିଯୁକ୍ତି ଅଧିକାରୀ ମନଶ୍ଵି ସେଠି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟ ର ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ରୂପେ ଆନ୍ତର୍ଜାତୀୟ ଗୁଣବତ୍ତା ସେଲ ମାଲକାନଗିରି ମହାବିଦ୍ୟାଳୟ ର ସଂଯୋଜକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ମାଲକାନଗିରି ଛାତ୍ର ଛାତ୍ରୀ କିପରି ବେସରକାରୀ ସଂସ୍ଥାର ନିଯୁକ୍ତି ପାଇଁ ପାରିବେ ସେହି ବିଷୟରେ ଆଲୋକପାତ କରିଥିଲେ | ଏହି ନିଯୁକ୍ତି ମେଳାରେ ହସିଲ, ଅରବିନ୍ଦ ଫାଇନାନ୍ସ,ଭାରତ ଫାଇନାନସିଆଲ ଇକୁଲେସନ ଲିମିଟେଡ଼ , ସାହାନା କ୍ଲଥିଙ୍ଗ , କଇସସ କର୍ପୋରେସନ, ଡି ମାର୍ଟ ଇତ୍ୟାଦି ଅନୁଷ୍ଠାନ ଯୋଗଦାନ କରିଥିଲେ | ଏହି କର୍ମ ନିଯୁକ୍ତି ମେଳାରେ ମାଲକାନଗିରି ଜିଲ୍ଲା ରୁ ୨ 00 ରୁ ଅଧିକ ଶିକ୍ଷିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଯୁକ୍ତି ପାଇଁ ପଞ୍ଜିକରଣ କରିଥିଲେ | ଏହି କାର୍ଯ୍ୟରେ ଗୁପ୍ତ ମାଢି କନିଷ୍ଠ ନିଯୁକ୍ତ ଅଧିକାରୀ, ସୁଧାଶ୍ରୀ ସାହୁ ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲଓ, ପ୍ରଳୟ ମେହେର ଜିଲ୍ଲା ଦକ୍ଷତା ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ |
ମାଲକାନଗିରି ମହାବିଦ୍ୟାଳୟ ର ପ୍ରେମରେଖା ଭତ୍ରା, ଗୌତମ ନାୟକ, ଦୀପ୍ତି ରେଖା ମିଶ୍ର, ମେଘା ଅଗ୍ରୱାଲ, ଆରତୀ ଲୁଗୁନ ସମେତ ଅଣଶିକ୍ଷକ ଅଧିକାରୀ ସାହାଯ୍ୟ କରିଥିଲେ | ସଭା ଶେଷରେ ନମିତା ଦଣ୍ଡସେନା ଜାତୀୟ ସେବା ସଂସ୍ଥା ଜିଲ୍ଲା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ |