ମାଲକାନଗିରି,ମାଲକାନଗିରି ମହାବିଦ୍ୟାଳୟ ଠାରେ ଏକଦିବସିୟ କ୍ୟାରିୟର କାଉନସିଲିଂ ଓ ନିଯୁକ୍ତି ମେଳା ଆନ୍ତଜାତୀୟ ଗୁଣବତ୍ତା ସେଲ ଏବଂ ପିନାସକି କମ୍ପାନୀ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି!ମହାବିଦ୍ୟାଳୟ ର ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ମେଳାରେ ଯୁକ୍ତ ତିନି ର ୭ ୫ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ!ସେମାନଙ୍କୁ ନିଯୁକ୍ତି ଓ ସେମାନଙ୍କ କ୍ୟାରିୟର ସମ୍ପର୍କରେ ସଚେତନ କରାଯାଇଥିଲା!ଆନ୍ତର୍ଜାତୀୟ ଗୁଣବତା ସେଲ ସଂଯୋଜକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ନିଯୁକ୍ତି ମେଳା ର ପ୍ରମୁଖ ଦାୟିତ୍ୱ ନେଇ କ୍ୟାରିୟର କାଉନ ସିଲିଂ ମେଳା ର ଉଦେଶ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ!ଏହି ମେଳାରେ ଇଂରାଜୀବିଭାଗ ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ,ଡ଼ଃ ହେନେରିତା ମିଶ୍ର, ପ୍ରମିୟ କୁମାର ମହାନ୍ତି, ଦିପ୍ତୀରେଖା ମିଶ୍ର, ଆରତୀ ଲୁଗୁନ, ଗୌତମ ନାୟକ ଓ ତପନ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ!