ଭୁବନେଶ୍ୱର – ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ମଙ୍ଗଳବାର ପୋଲିସ୍ ଡିଜି ବି.କେ. ଶର୍ମା ବିଧାନସଭାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ଏହାସହ ସରୁକ୍ଷା ବ୍ୟବସ୍ଥା ନେଇ ବରିÂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଏସମ୍ପର୍କରେ ଡିଜିପି ଶ୍ରୀ ଶର୍ମା କହିଛନ୍ତି ଯେ ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୭ମ ବାଟାଲିୟନର ସ୍ୱତନ୍ତ୍ର ଟିମ୍ ରହିବେ । ୩ଟି କେଂଟ୍ରାଲ ରୁମ୍ ଓ ସମନ୍ୱିତ କେଂଟ୍ରାଲ ରୁମ ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ଫୋର୍ସ ଓ ୯୦ ଅଫିସର , ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆରଟି ମୁତୟନ ହେବେ । ଏହା ସହ ପୂରା ଗାନ୍ଧି ମାର୍ଗ ଉପରେ ସିସିଟିଭି ଦ୍ୱାରା ନଜର ରଖାଯିବ । ସେହିପରି ଲୋୟର ପିଏମଜି ଠାରେ ଆନେ୍ଦାଳନ ଏବଂ ଆନେ୍ଦାଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଡିଜିପି କହିଛନ୍ତି ।