ଘସିପୁରା, ଚଳିତ ବର୍ଷ ଶୈଳଙ୍ଗ ସେବା ସମିତିର କେତେକ କର୍ମଚାରୀ ଧାନ ବେପାରୀଙ୍କ ମାଧ୍ୟମରେ ଧାନ ସଂଗ୍ରହ କରି ପଞ୍ଜିକୃତ ଚାଷୀଙ୍କ ନାମରେ ଧାନ ବିକ୍ରୟ କରିଥିବା ଜଣାପଡିଛି । ହେଲେ ଧାନ ବିକ୍ରିକରି ବା ପରେ ବେପାରୀଙ୍କୁ ଟଙ୍କା ନଦେବାରୁ ଏବେ ମାମଲା ଘସିପୁରା ଥାନାରେ ପହଁଚିଛି । ଧକୋଠା ଗ୍ରାମରେ ଧାନ ବେପାରୀ ଅତୁଲ୍ୟ ସାହୁ ଏନେଇ ଘସିପୁରା ଥାନାରେ ଅଭିଯୋଗ ଆଣିଛନ୍ତି ।ଘସିପୁରା ପୁଲିସ୍ ଅଭିଯୋଗ ପରେ ତଦନ୍ତ କରିଥିବା ଜଣାପଡିଛି । ଏ ସଂପର୍କରେ ସମବାୟ କର୍ମଚାରୀ ମୁନା ପତି ଙ୍କୁ ପଚାରିବାରୁସମବାୟ କର୍ମଚାରୀ ଙ୍କ ବ୍ୟକ୍ତିଗତ ମାମଲା ଏଥିରେ ଶୈଳଙ୍ଗ ସେବା ସମିତି ର କୈଣସି ସଂପର୍କ ନାହିଁ ବୋଲି ପ୍ରକାଶ କରିଛନ୍ତି ।