ମାଲକାନଗିରି, ଗତ ୫ ତାରିଖ ଦିନ କାଲିମେଳା କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଶଙ୍କରି ସରଦାର ( ୧୮ ) ଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମିକ ଏମପିଭି – ୨୯ ଗ୍ରାମର ଅଜୟ କୁମାର ଢାଲିକୁ ଏମଭି ୭ ୯ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି! ମିଳିଥିବା ସୂଚନା ଅନୁଯାୟୀ ଯୁବତୀର ମୋବାଇଲ ଫୋନରୁ ଅଭିଯୁକ୍ତ ସଂପର୍କରେ ସୁରାକ ପାଇବା ପରେ ଅଭିଯୁକ୍ତ ପ୍ରେମିକ କୁ ଘରୁ ଉଠାଇ ଆଣି ପୋଲିସ ପଚରାଉଚରା ଆରମ୍ଭ କରିଥିଲା । ଶେଷରେ ସେ ହିଁ ଯୁବତୀକୁ ତଣ୍ଟି ଚିପି ହତ୍ୟା କରି ଗଛରେ ଝୁଲାଇ ଦେଇ ଫେରାର ହୋଇଯାଇଥିବା ସ୍ବୀକାର କରିଥିବାର ପୁଲିସ କହିଛି । ନାଲାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଏମପିଭି – ୩୬ ଗ୍ରାମର ନିଖିଲ ସରଦାରଙ୍କ ଝିଅ ଶଂକରୀ ସରଦାର ୫ ତାରିଖ ସକାଳେ କଲେଜ ଯିବାକୁ କହି ଘରୁ ବାହାରି ଘରକୁ ଫେରି ନଥିଲା । ତେବେ ନିକଟସ୍ଥ ଜଂଗଲରେ ଶଂକରୀର ଶବ ଝୁଲୁଥିବାର ପ୍ରଚାର ହେବା ପରେ ପରିବାର ଲୋକ ଘଟଣା ସ୍ଥଳକୁ ଆସି ଶଂକରୀକୁ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦେଇଥିଲେ । ଏ ସଂପର୍କରେ ଏମଭି – ୭୯ ଥାନାରେ କେସ୍ ନଂ ୪୭ / ୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିଲା । ଆଉ ଶଙ୍କରି ଅନ୍ୟ ଯୁବକଙ୍କ ସହିତ ସଂପର୍କ ରଖିଥିବାର ସନ୍ଦେହ କରିଥିଲା ଅଜୟ ଏଥିରେ ଇର୍ଷାନ୍ବିତ ହୋଇ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ଚାହିଁଥିଲା ଅଭିଯୁକ୍ତ ଅଜୟ ଢ଼ାଲି । ଘଟଣା ଦିନ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଯୁବତୀକୁ ସେ ପିନ୍ଧିଥିବା ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲା ଅଜୟ ଏହାପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଅଜୟ ଯୁବତୀର ବେକରେ ଓଢ଼ଣୀ ଲଗାଇ ଏକ ମହୁଲ ଗଛରେ ଝୁଲାଇ ଦେଇଥିଲା!