ବଲାଙ୍ଗିର ,କଟକ ହାଇକୋର୍ଟ ବାର ଏସୋସିଏସନ ର ପଶ୍ଚିମ ଏବଂ ଦକ୍ଷିଣ ଓଡିଶା ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ର ବିରୋଧ କୁ ବଲାଙ୍ଗିର ଏକ୍ସନ କମିଟି ତୀଵ୍ର ନିନ୍ଦା ନିନ୍ଦା କରିଛି । ବଲାଙ୍ଗିର ଏକ୍ସନ କମିଟି ର ଆବାହକ ଶ୍ରୀ ଗୋପାଲ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରି ବୈଠକ କମିଟି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।
ଗତ ମେ ୧୮ ତାରିଖରେ ଅନୁଷ୍ଠିତ କଟକ ହାଇକୋର୍ଟ ବାର ଏସୋସିଏସନ ର କାର୍ଯ୍ୟକାରିଣୀ ବୈଠକରେ,ପଶ୍ଚିମ ତଥା ଦକ୍ଷିଣ ଓଡିଶା ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କୁ ବିରୋଧ ଏବଂ ଏକ କମିଟି ଗଠନ କରି ସରକାର ଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ୟମକୁ ବଲାଙ୍ଗିର ଏକ୍ସନ କମିଟି ର ବୈଠକରେ ତୀଵ୍ର ନିନ୍ଦା କରାଯିବା ସହ ଏପରି ପଦକ୍ଷେପ ନିଆଁ ସାଙ୍ଗ ରେ ଖେଳିବା ସହ ସମାନ ବୋଲି ଚେତାବନୀ ଦିଆଯାଇଥିଲା।
ଜସବନ୍ତ ସିଂ କମିଶନ(୧୯୮୨), ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୂର ଦୁରାନ୍ତ ରୁ ଆସୁଥିବା ଜନସାଧାରଣ ଙ୍କ ସୁବିଧା ତଥା କମ ଖର୍ଚ୍ଚ ରେ ଆଇନ ସେବା ଯୋଗେଇବା ପାଇଁ ପଶ୍ଚିମ ତଥା ଦକ୍ଷିଣ ଓଡିଶା ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିହାତି ଜରୁରୀ।ଏତତ ବ୍ୟତୀତ ବଲାଙ୍ଗିର ରେ ସ୍ୱାଧୀନତା ପୂର୍ବରୁ ହାଇକୋର୍ଟ ଥିଲା,ଯାହାର ପୁନଃ ପ୍ରତିଷ୍ଠା ଦାବିରେ ବଲାଙ୍ଗିର ବାର ଏସୋସିଏସନ , ବଲାଙ୍ଗିର ଏକ୍ସନ କମିଟି ତଥା ଅନ୍ୟାନ୍ୟ ସଙ୍ଗଠନ ଏବଂ ବଲାଙ୍ଗିର ର ଜନସାଧାରଣ ବହୁ ବର୍ଷ ଧରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନ କରିଆସୁଛନ୍ତି।
କିନ୍ତୁ କଟକ ହାଇକୋର୍ଟ ର କିଛି ନ୍ୟାସ୍ତସ୍ୱାର୍ଥ ଆଇନଜୀବୀ ନିଜର ପତିଆରା ତଥା ଆର୍ଥିକ ସ୍ୱାର୍ଥ କୁ ଆଖି ରେ ରଖି ଏବଂ ଦୁର ଦୁରାନ୍ତ ରୁ ଆସୁଥିବା ଜନତା ଙ୍କୁ ଶୋଷଣ କରିବା ଲକ୍ଷ୍ୟରେ, ହାଇକୋର୍ଟ ର ସ୍ଥାୟୀ ବେଞ୍ଚ୍ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ହେବାକୁ ବିରୋଧ କରି ଆସୁଛନ୍ତି।ଏଭଳି ଛଳନାତ୍ମକ ତଥା ବିଦ୍ୱେଷ ସୃଷ୍ଟିକାରୀ ପଦକ୍ଷେପ ପଶ୍ଚିମ ଓଡ଼ିଶାର ଜନସାଧାରଣ ଙ୍କୁ ଉତେଜିତ କରିବା ସଙ୍ଗେ ସଙ୍ଗେ ନିଆଁ ରେ ଘିଅ ଢାଳିବା ସହ ସମାନ ବୋଲି କମିଟି ଚେତାବନୀ ଦେଇଛି।
ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ମାନନୀୟ କିରଣ ରିଯିଜୁ ଙ୍କ ଏନେଇ ଦେଇଥିବା ପତ୍ର କୁ ନେଇ ଓଡିଶା ସରକାର କୌଣସି ଠୋସ ପଦକ୍ଷେପ ନନେବା ଏବଂ ଜାଣିଶୁଣି ଏହି ପ୍ରକ୍ରିୟା କୁ ବିଳମ୍ବିତ କରିବା,ପଶ୍ଚିମ ଓଡିଶା ବାସୀ ଙ୍କ ମଧ୍ୟ ରେ ଆକ୍ରୋଶ ସୃଷ୍ଟି କରିବା ସହ ଅଲଗ କୋଶଲ ରାଜ୍ଯ ଆନ୍ଦୋଳନ କୁ ତୀବ୍ର କରିବାରେ ଇନ୍ଧନ ଯୋଗଉଛି ବୋଲି କମିଟି ଚେତାବନୀ ଦେଇଛି।
ଆଜିର ବୈଠକରେ ଏହା ସ୍ଥିର ହେଲା ଯେ ଆସନ୍ତା ୨୩ ମଇ(ସୋମବାର),ଦିବା ୯ ଘଣ୍ଟା ସମୟରେ ବଲାଙ୍ଗିର କଚେରୀ ଛକ ସମ୍ମୁଖରେ ଏକ୍ସନ କମିଟି ତଥା ବଲାଙ୍ଗିର ର ସମସ୍ତ ଅଗ୍ରଣୀ ସଙ୍ଗଠନ ଏକତ୍ରିତ ହୋଇ କଟକ ବାର ଏସୋସିଏସନ ର ଏହି ପଦକ୍ଷେପ ର ଦୃଢ଼ ନିନ୍ଦା କରିବା ସହ, ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ତୁରନ୍ତ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ଓଡିଶା ହାଇ କୋର୍ଟ ର ମୁଖ୍ୟ ବିଚାରପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳ ଙ୍କ ମାଧ୍ୟମରେ ପଠାଯିବ।
ଏହି ବୈଠକରେ କମିଟି ର ଉପ ସଭାପତି ମୁନା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ଭବାନୀ ଶତପଥୀ, ଗିରିଶ ସିଂହଦେଓ, ଯୁବ ସଂଯୋଜକ ରିଲୁ ରଥ, ଯୁବ ସଭାପତି ବିନୋଦ କାଲସାଏ,ରବି ଖମାରି,ପ୍ରମୋଦ ସାହୁ, ଅନୁରାଗୀ ନାହାକ, ନରେଶ ଅଗ୍ରୱାଲ ଇନ୍ଦ୍ରମଣି ବରଡ ଦେଇ ନିଜ ମକ୍ତବ୍ୟ ରଖିଥିଲେ।