ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଗୋଟି ବ୍ଲକ ଅନ୍ତର୍ଗତ ଵିଭିନ୍ନ ପଂଚାୟତ ମାନଙ୍କରେ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ଆମ ପାଇଁ ପାଣି ଅଭିଯାନରେ ୧୬୦ ରୁ ଊର୍ଦ୍ଧ୍ଵ ଗାଁ ଗୁଡିକରେ ଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ସଦସ୍ୟ ସଦସ୍ୟାଙ୍କ ଦ୍ଵାରା ସର୍ଭେ କରାଯାଇ ସରପଞ୍ଚ ମାନଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଵର୍ତମାନ ଗ୍ରୀଷ୍ମପ୍ରବାହ ଯୋଗୁଁ ଜିଲ୍ଲାର ଵିଭିନ୍ନ ଗ୍ରାମ ଓ ପଡା ମାନଙ୍କରେ ପାନୀୟ ଜଳର ଘୋର ସମସ୍ୟା ଯଥା ନଳକୂପ ଅଚଳ, ଖରାପ ପାଣି ବାହାରିବା, ପାଇପ ପାଣି ଓ ସୋଲାର ଟାଙ୍କି ବର୍ଷ ବର୍ଷ ଧରି କାର୍ଯ୍ୟଷମ ନ ହୋଇ ପଡିରହିଥିବା ଆଦି ଯେଉଁଥି ପାଇଁ ଲୋକ ମାନେ ନଦୀ, ଝରଣା ଓ ଚୁଆ ପାଣି ଵ୍ୟଵହାର କରି ଵିଭିନ୍ନ ରୋଗରେ ପୀଡିତ ହେଉଛନ୍ତି।
ପ୍ରକାଶ ଥାଉକି, ରାଜ୍ୟ ସ୍ତରୀୟ ଓଡିଶା ଶ୍ରମଜୀବି ଓ ମହିଳା ଶ୍ରମଜୀବି ମଞ୍ଚ ଓ ଏହାର ୧୭ ଗୋଟି ଜିଲ୍ଲାର ଲୋକ ସଙ୍ଗଠନ ମାନଙ୍କ ମିଳିତ ଉଦ୍ୟମରେ ରାଜ୍ୟର ପ୍ରାୟ ୧୫୦୦ ରୁ ଊର୍ଦ୍ଧ୍ଵ ଗ୍ରାମ ମାନଙ୍କରେ ଏହି ଅଭିଯାନ ଚଳିତ ମାସରୁ ଆରମ୍ଭ କରାଯାଇଛି ବୋଲି ସଙ୍ଗଠନର ଆଵାହକ ଘାସିରାମ ଗୁଟା,ଏରେ ମାଢୀ, ଭାଗିରଥି ପାଟନିଆ, ଗାଙ୍ଗୀ ସୋଡି ପ୍ରମୁଖ ମତାମତ ଦେଇଥିଲେ।