ଜୟପୁର, ସ୍ଵାମୀ ଦ୍ଵିତିୟ ପତ୍ନୀ ଗ୍ରହଣ କରି ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଜୟପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା। କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ଗ୍ରାମର ରିତା ସଗରିଆ (୨୮) ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର ୩ଟି କନ୍ୟା ସନ୍ତାନ ଥିବାରୁ ସ୍ଵାମୀ ଶଙ୍କର ସଗରିଆ, ଶାଶୁ ସୁଲୋଚନ ସଗରିଆ, ଶ୍ଵଶୁର ଥାନ ସଗରିଆ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏମିତି କି ସ୍ଵାମୀ ଶଙ୍କର ଦ୍ୱିତିୟ ସ୍ତ୍ରୀ ମଧ୍ୟ ଗ୍ରହଣ କରିଛନ୍ତି । ପରିବାର ଲୋକେ ମିଶି ରିତାଙ୍କୁ ବାପ ଘରୁ ସୁନା ଗହଣା, ବାଇକ ଆଣିବାକୁ ମଧ୍ୟ ବାଧ୍ୟ କରୁଥିଲେ । ଏସବୁକୁ ନେଇ ରିତା ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ । ବିବାହର ୧ ବର୍ଷ ଭଲରେ ଚାଲିଥିବା ବେଳେ ପରବର୍ତି ସମୟରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଅଭିଯୋଗକୁ ଭିତି କରି ଜୟପୁର ମହିଳା ଥାନା ପୋଲିସ ସ୍ଵାମୀ ସହ ୭ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଥାନା ଅଧିକାରି ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି ।