ମାଲକାନଗିରି,ମେଡିକାଲକୁ ଚେକଅପ ପାଇଁ ଯାଇଥିବା ବେଳେ ଚମ୍ପଟ ମାରିଲେ ଦୁଇ ଅଭିଯୁକ୍ତ । ଗଞ୍ଜେଇ ଚୋରା ଚାଲାଣ ମମଲାରେ ମାଲକାନଗିରି କାଲିମେଳା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଫେରାର ପରେ ଜଣେ ଅଭିଯୁକ୍ତକୁ ପୋଲିସ କାବୁ କରିଛି ।
ସୂଚନା ଅନୁଯାୟୀ, ଗତକାଲି ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିବା ପୂର୍ବରୁ ମେଡିକାଲ ଚେକଅପ ପାଇଁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଚେକଅପ କରିବା ସମୟରେ ପୋଲିସକୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ଗତକାଲି ରାତିରେ ପୋଲିସ ବୁଦୁଗୁଡା ନିକଟରୁ ଜଣକୁ ଧରିବାରେ ସଫଳ ହୋଇଥିବା ବେଳେ ଏବେ ବି ଅନ୍ୟ ଜଣେ ଫେରାର ରହିଛି । ଧରାପଡିଥିବା ଅଭିଯୁକ୍ତ ଜଣଙ୍କ ହେଉଛି ମହାରାଷ୍ଟ୍ରର ଦୀପକ ପାଟିଲ। ଫେରାର ଥିବା ଅଭିଯୁକ୍ତ ହେଉଛି ମାଲକାନଗିରି ଟେକଗୁଡ଼ାର ହରି ମାଟାମ । ଏହି ଘଟଣା ପରେ ପୋଲିସ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।