-
ଦୋଷୀକୁ ୧୦ ବର୍ଷ ଜେଲ୍, ୧୫ ହଜାର ଜରିମାନା
ସମ୍ବଲପୁର,ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଂଚଳରେ ଘଟିଯାଇଥିବା ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ସମ୍ବଲପୁର ସ୍ଵତନ୍ତ୍ର ପୋକସୋ କୋର୍ଟ ତାଙ୍କ ରାୟରେ ଦୋଷୀ ସଞ୍ଜିତ ବାଗକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଂଚଳରେ ୩ ବର୍ଷିୟା ଏହି ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଥିଲା । ଶିଶୁକନ୍ୟାକୁ ବିସ୍କୁଟର ଲୋଭ ଦେଖାଇ ଡାକି ନେଇ ଦୁଷ୍କର୍ମ କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ମାମଲା କୋର୍ଟରେ ବିଚାରାଧିନ ଥିଲା । କୋର୍ଟ ମାମଲାର ବିଚାରଣା କରି ତାଙ୍କ ରାୟରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।