-
ଦୋଷୀକୁ ୧୦ ବର୍ଷ ଜେଲ୍, ୩୦ ହଜାର ଜରିମାନା
ଜଗତସିଂହପୁର, ଜଗତସିଂହପୁର ଜିଲା ବାଲିକୁଦା ଅଂଚଳରେ ଘଟିଯାଇଥିବା ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଜଗତସିଂହପୁର ସ୍ଵତନ୍ତ୍ର ପୋକସୋ କୋର୍ଟ ତାଙ୍କ ରାୟରେ ଦୋଷୀ ସନ୍ତୋଷ ଭୋଇକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୩୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ରେ ଜିଲ୍ଲାର ବାଲିକୁଦା ଅଂଚଳରେ ଘଟିଯାଇଥିବା ଏହି ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି କୋର୍ଟ ଆଜି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।