ପୁରୀ ଭିଆଇପି ରୋଡ଼ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନା (Nss)ୟୁନିଟ ତରଫରୁ ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦିକ ପାନୀୟ ଷଡ଼ଙ୍ଗ ଜଳ ଏବଂ ଦହି ସର୍ବତ ବଣ୍ଟନ କରାଯାଇଛି |ଏହି ଷଡ଼ଙ୍ଗ ପାନୀୟ ବନାଇବା ପାଇଁ ବ୍ୟବହୃତ ମୁସ୍ତା, ପ୍ରପଟକ, ଉଶିର, ଚନ୍ଦନ, ଉଦିଚ୍ୟ ଏବଂ ଶୁଣ୍ଠି କୁ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଥିଲା |ଏହି ଷଡ଼ଙ୍ଗ ପାନୀୟ ପିଇବା ଦ୍ୱାରା ଶରୀରର ଏମ୍ୟୁନିଟି ବୃଦ୍ଧି ହେବା ସହିତ ଦେହର ଜଳୀୟ ଅଭାବ ଦୂର କରିଥାଏ |ଜଳଛତ୍ର ମାଧ୍ୟମରେ ପୁରୀ ସହର ବାସୀଙ୍କୁ ଆୟୁର୍ବେଦିକ ପାନୀୟ ପ୍ରଦାନ ବ୍ୟବସ୍ଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ ଶୁଦର୍ଶନ ବେହେରା,ଡ଼ ସଂଗ୍ରାମ କେଶରୀ ପ୍ରଧାନ, ଡ଼ ସୋନାଲିକା ଜେନା ଏବଂ ଡ଼ ଚନ୍ଦନ କୁମାର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା |ଏହାକୁ ରାଷ୍ଟ୍ରୀୟ ସେବା ଯୋଜନା(Nss) ୟୁନିଟର ସଦସ୍ୟ ସୁବ୍ରତ କୁମାର ସାମଲ, ଲିପ୍ସା ବାଇ, ସ୍ଵାଗତିକା ସ୍ୱାଇଁ, ସୌମ୍ୟ ରଞ୍ଜନ ସାହୁ, ହିମାଂଶୁ ନାୟକ, ଜସସ୍ବିନୀ ଶୁକ୍ଲା, ଶୁଭେନ୍ଦୁ ଦାସ ପ୍ରମୁଖ ସହଯୋଗ କରିଥିଲେ |
Related Stories
November 23, 2024