ବଲାଙ୍ଗିର, ଓଡିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ସଂନ୍ଧ୍ୟା ୭ଟା ସମୟରେ ହାତିଶାଳପଡ଼ା ସ୍ଥିତ ଓଡିଶା ଭବନଠାରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସ୍ଵର୍ଗତ ଇଂ. ସୁରେଶ ଚନ୍ଦ୍ର ସାହୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହ ସ୍ଵର୍ଗତ ସାହୁଙ୍କ ଅପମୃତ୍ୟୁ ମାମଲାର ଉଚିତ ତଦନ୍ତ ଓ ନ୍ୟାୟ ନିମନ୍ତେ ଦାବୀ ଉପସ୍ଥାପନା କରିଥିଲେ । ଏଥିରେ ସଂଘର ସଭାପତି ଇଂ ଏ. ସିମାଦ୍ରୀ ଦୋରା, ଉପସଭାପତି ଇଂ ଖୋଲେନ ସିଂ, ସମ୍ପାଦକ ଇଂ ବଳରାସ ପାତ୍ର ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ସଂଘର ସଦସ୍ୟ ଏବଂ ଜିଲ୍ଲାର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ଶତାଧିକ କର୍ମୀ ଯୋଗଦାନ କରିଥିଲେ ।
ପ୍ରକାଶ ଯେ, ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ. ସୁରେଶ ଚନ୍ଦ୍ର ସାହୁଙ୍କ ମୃତଶରୀର ବନକା ବିହାର ଗାଁ ନିକଟ କପା କିଆରିରୁ ଉଦ୍ଧାର କରାଯାଇଥିଲା । ଇଂ. ସାହୁଙ୍କ ପରିବାର ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା । ହତ୍ୟାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଦୋଷୀକୁ ଗିରଫ କରିନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯାଉ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।