ଭୁବନେଶ୍ୱର,ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ୍ । ବାରବାଟୀରେ ଶତ ପ୍ରତିଶତ ଦର୍ଶକୀୟ କ୍ଷମତାକୁ ଅନୁମତି ଦେଇଛି ବିସିସିଆଇ । ଆସନ୍ତା ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ସବୁ ସିଟ୍ ପାଇଁ ଟିକେଟ୍ ବିକ୍ରୀ ହେବ । କରୋନା କଟକଣା କୋହଳ ହେବା ପରେ ଏହି ନିଷ୍ପତି ନେଇଛି ବିସିସିଆଇ ।
ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ର ଆୟୋଜନ ହେଉଥିବାର ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଇଛି ।
ଅପରପକ୍ଷରେ ବାରବାଟୀର ନବକଳେବର ପାଇଁ ଅଂଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରାଯିବ । ଏଥିପାଇଁ ଷ୍ଟାଡ଼ିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।